Friday , December 9 2022
Breaking News
Home / ସ୍ୱାସ୍ଥ୍ୟ / ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ର ନିଷ୍ପତ୍ତି : ୨ହଜାର ଡାକ୍ତର ପଦ ସୃଷ୍ଟି

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ର ନିଷ୍ପତ୍ତି : ୨ହଜାର ଡାକ୍ତର ପଦ ସୃଷ୍ଟି

ଭୁବନେଶ୍ୱର, ୨୦/୧୧/୨୦୨୨(ଓଡ଼ିଶା ସମାଚାର)-ରାଜ୍ୟରେ ଡାକ୍ତର ଅଭାବକୁ ଦୃଷ୍ଟିରେରଖି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ୨ ହଜାର ନୂତନ ସ୍ବାସ୍ଥ୍ୟ ଅଧିକାରୀ(ଏଲ୍ ଟିଆର୍ ଏମଓ) ପଦ ସୃଷ୍ଟି କରାଯାଇଛି ବୋଲି ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ପ୍ରମୁଖ ମହାଲେଖାକାରଙ୍କୁ ଅବଗତ କରାଇଛନ୍ତି। ଶ୍ରୀମତୀ ପଣ୍ଡିତ ଦେଇଥିବା ପତ୍ରରୁ ଜଣାଯାଇଛି ଯେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଓଆରଏସପି ନିୟମ-୨୦୧୭ ଅନୁଯାୟୀ ଓଡ଼ିଶା ଡାକ୍ତରୀ ସେବା କ୍ୟାଡରର ପ୍ରଥମଶ୍ରେଣୀ ପାହ୍ୟା(କନିଷ୍ଠ ଶାଖା) ବର୍ଗର ୨୦୦୦ ପଦ ସୃଷ୍ଟି କରାଗଲା। ଏହି ଡାକ୍ତରମାନଙ୍କ ମଧ୍ୟରୁ ୧୫୦୦ ସ୍ବାସ୍ଥ୍ୟ ଅଧିକାରୀଙ୍କ ମଧ୍ୟରୁ ପ୍ରତି ଜିଲାରେ ୫୦ଜଣ ଲେଖାଏଁ ନିଯୁକ୍ତି ଦିଆଯିବ। ଏହାବାଦ୍ ରାଉରକେଲା ଆରଜିଏଚ ହସ୍ପିଟାଲରେ୨୦ଜଣ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବାକୁ ରହିଥିବାବେଳେ ୩୨ଟି ଉପଖଣ୍ଡ ଡାକ୍ତରଖାନାରେ ୪୮୦ଜଣଙ୍କୁ ନିଯୁକ୍ତି ଦିଆଯିବ। ନୂତନ ଭାବେ ସୃଷ୍ଟି ହୋଇଥିବା ପଦ ପୂରଣ ଲାଗି ଖୁବଶୀଘ୍ର ଲୋକସେବା ଆୟୋଗଙ୍କୁ ଦାୟିତ୍ବ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେଏବେ ୮ହଜାର ୭୫୦ ଡାକ୍ତର ପଦ ରହିଥିବାବେଳେ ଏହି ୨ହଜାର ନୂତନ ପଦକୁ ମିଶାଇଲେ ସଂଖ୍ୟା ୧୦ହଜାର ୭୫୦କୁ ଛୁଇଁବ। ବିଶ୍ବ ସ୍ବାସ୍ଥ୍ୟସଙ୍ଗଠନର ନିୟମ ଅନୁଯାୟୀ ପ୍ରତି ୧ହଜାର ଜନସଂଖ୍ୟା ପାଇଁ ଜଣେ ଡାକ୍ତର ନିଯୁକ୍ତ ହେବା କଥା। ହେଲେ ଡାକ୍ତର ଅଭାବ ପୂରଣ ଲାଗି ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ଯେଉଁ ତାଲିକା ମଗାଯାଉଛି, ତାହା ସମୟ ଭିତରେ ମିଳିପାରୁନାହିଁ। ଏହାସତ୍ତ୍ବେ ଗତ ୮ବର୍ଷମଧ୍ୟରେ ୫ହଜାର ଡାକ୍ତର ପଦ ପୂରଣ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ୨୦୧୫ରେ୩୬୩ ଡାକ୍ତର ନିଯୁକ୍ତ ହୋଇଥିବାବେଳେ୨୦୧୬ରେ୫୫୯, ୨୦୧୭ରେ୪୮୩, ୨୦୧୯ରେ୯୩୮ ଓ ୧୪୦୩, ୨୦୨୦ରେ୭୮୬, ୨୦୨୧ରେ୮୧ଜଣ ଡାକ୍ତର ନିଯୁକ୍ତି କରାଯାଇଥିଲା। ଚଳିତବର୍ଷ୧୮୭୧ ଡାକ୍ତର ନିଯୁକ୍ତି ଲାଗି ପ୍ରକ୍ରିୟା ଜାରି ରହିଥିବାବେଳେଏବେ୨ ହଜାର ନୂତନ ଡାକ୍ତର ପଦ ଘୋଷଣା ଆଗାମୀ ଦିନରେ ସ୍ବାସ୍ଥ୍ୟସେବାରେ ବ୍ୟାପକ ଉନ୍ନତି ଆଣିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published.