Friday , December 9 2022
Breaking News
Home / ଶିକ୍ଷା / ଯୁକ୍ତ ୩ ପାଠ୍ୟକ୍ରମରେ ଏନସିସି ସାମିଲ ହେବ

ଯୁକ୍ତ ୩ ପାଠ୍ୟକ୍ରମରେ ଏନସିସି ସାମିଲ ହେବ

ଭୁବନେଶ୍ୱର, ୨୦/୧୧/୨୦୨୨(ଓଡ଼ିଶା ସମାଚାର)- ୨୦୨୩-୨୪ ଶିକ୍ଷା ବର୍ଷରୁ ଯୁକ୍ତ ତିନିରେ ଏନସିସି ପାଠ୍ୟକ୍ରମ ଆରମ୍ଭ ହେବ। ରାଜ୍ୟର ୧୮୩ କଲେଜରେ ଏହାକୁ ଆରମ୍ଭ କରାଯିବା ନେଇ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ପୂର୍ବରୁ ଏନସିସି କେବଳ ପ୍ରାକ୍ଟିକାଲ ଓ ଫିଲ୍ଡ ଥିଓରୀରେ ଚାଲିଥିଲା। ହେଲେ ଆସନ୍ତା ଶିକ୍ଷା ବର୍ଷରୁ ଏହାକୁ ଇତିହାସ ଓ ଓଡ଼ିଡ଼ିଆ ପରି ଇଲେକ୍ଟିଭ ଭାବେ ପଢ଼ାଯିବ। ଯଦି ପିଲାଙ୍କ ସଂଖ୍ୟା ବଢ଼େ ଓ ଟ୍ରେନର ସଂଖ୍ୟା କମ୍ ପଡ଼େ, ତେବେ ପିପିପି ମୋଡ଼ରେ ଏହା ପଢ଼ାଯିବ।

Leave a Reply

Your email address will not be published.