Friday , December 9 2022
Breaking News
Home / ସ୍ୱାସ୍ଥ୍ୟ / ବିଶ୍ବାସ ନର୍ସିଂ କଲେଜ ପକ୍ଷରୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ

ବିଶ୍ବାସ ନର୍ସିଂ କଲେଜ ପକ୍ଷରୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୦/୧୧/୨୦୨୨(ଓଡ଼ିଶା ସମାଚାର)- ବିଶ୍ବାସ ନର୍ସିଂ କଲେଜ ପକ୍ଷରୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କଲେଜର ଅଧ୍ୟାପିକା ସବିତା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜଟଣୀର ଏନ.ଡି.ଆର.ଏସ. ହାଇସ୍କୁଲ, ଏ.ଡି.ଏସ. ପବ୍ଲି୍କ ସ୍କୁଲ, ଶିବାନନ୍ଦ ସେଞ୍ଚୁରି ବାଳକ ବିଦ୍ୟାଳୟ, ଖଣ୍ଡଗିରିର ସୋମନାଥ ଦେବ ବିଦ୍ୟାପୀଠ, ହରିରାଜପୁର ପଞ୍ଚାୟତ ହାଇସ୍କୁଲ ଓ ବେଣାପଞ୍ଜରି ବିଦ୍ୟାଳୟଗୁଡ଼ିକରେ ସ୍ବଚ୍ଛତା ଉପରେ ଆଧାରିତ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପିକା ସୋନାଲି ମଙ୍ଗରାଜ ଓ ରଶ୍ମୀ ପଟ୍ଟନାୟକ ସହଯୋଗ କରିଥିଲେ।

Leave a Reply

Your email address will not be published.