ଭୁବନେଶ୍ୱର, ୨୦/୧୧/୨୦୨୨(ଓଡ଼ିଶା ସମାଚାର)- ବିଧାନସଭାରେ ଜାତୀୟ ସଂହତି ଦିବସ ପାଳିତ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀକୁ ଦେଶବ୍ୟାପୀ ଜାତୀୟ ସଂହତି ଦିବସ ରୂପେ ପାଳନ କରାଯାଉଛି। ଏହି ମର୍ମରେ ବିଧାନସଭା ପରିସରରେ ସଚିବ ଦାଶରଥୀ ଶତପଥୀ ବିଧାନସଭାର ଅଧିକାରୀ ଓ କର୍ମଚାରୀଙ୍କୁ ଶପଥପାଠ କରାଇଥିଲେ।
ଦେଶର ସ୍ବାଧୀନତା ତଥା ଏକତା ବଜାୟ ରଖିବା ଦିଗରେ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ।