Thursday , June 8 2023
Breaking News
Home / ବିଶେଷ / ବରିଷ୍ଠ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବରିଷ୍ଠ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୨୦/୧୧/୨୦୨୨(ଓଡ଼ିଶା ସମାଚାର)- ଆଜି ବରିଷ୍ଠ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର, ୟୁନିଟ୍-୬ସ୍ଥିତ ଲୋହିଆ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଭାପତି କାହ୍ନୁ ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ପ୍ରଦୀପ୍ତ କିଶୋର ଚୌଧୁରୀ, ସାଧାରଣ ସମ୍ପାଦକ ଆଶୁତୋଷ ବେହେରା, ସହ-ସମ୍ପାଦକ ମହେଶ୍ୱର ତି୍ରପାଠୀ, ସଂଗଠନ ସମ୍ପାଦକ ବିପ୍ଳବ ମହାନ୍ତି, ପୁରୀ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସରୋଜ ମିଶ୍ର, ଶରତ ବାରିକ, ଦେବ ସିଂହ, ସରୋଜ ନାୟକ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ୍ ଓ ଅବସର ଗ୍ରହଣ କରୁଥିବା ସାମ୍ବାଦିକ ମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ପ୍ରମୁଖ ୨ ଦଫା ଦାବି ସହିତ ଅନ୍ୟାନ୍ୟ ଦାବି ନେଇ ଆସନ୍ତା ଡିସେମ୍ବର ୧୫ ତାରିଖରେ ଧାରଣ ଦେବା ପାଇଁ ନିଷ୍ପତି ନେଇଥିଲେ । ଏହି ନିଷ୍ପତି ବୈଠକରେ ସର୍ବସମ୍ମତି ପ୍ରକାଶ ପାଇଥିଲା । ସଭାପତି ଶ୍ରୀ ନନ୍ଦଙ୍କ ସୂଚନା ମୁତାବକ ଭାରତରେ ୧୭ଟି ରାଜ୍ୟରେ ସାମ୍ବାଦିକ ପେନସନ୍ ଯୋଜନା କାର୍ଯ୍ୟକାରୀ ହୋଇସାରିଲାଣି ଏବଂ ୩ଟି ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହେଲାଣି, ହେଲେ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ କାର୍ଯ୍ୟକାରୀ ନ ହେବା ନେଇ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିଥିବା ସୂଚନା ପ୍ରଦାନ କରିଛନ୍ତି । ଏହି ବୈଠକରେ ରାଜ୍ୟ ଉପସଭାପତି ଶ୍ରୀ ଚୌଧୁରୀ ଯୋଗ ଦେଇ ଏହି ଦାବି ସମ୍ପର୍କରେ ୨୦ ଅଗଷ୍ଟ ୨୦୨୨ରେ ରାଜ୍ୟ ସରକାରଙ୍କ ସହିତ ବିଭାଗୀୟ ମନ୍ତ୍ରୀ, ସଚିବ, ନିର୍ଦ୍ଧେଶକ ଓ ଅନ୍ୟାନ୍ୟ କର୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ୧୯ ସେପ୍ଟେମ୍ବରରେ ମଧ୍ୟ ଏହାର ଅଗ୍ରଗତି ସମ୍ପର୍କରେ ମେଲ୍ ଜରିଆରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ଆଜି ସଂଘର କାର୍ଯ୍ୟକାରିଣୀ ବୈଠକରେ ଡିସେମ୍ବର ୧୫ ତାରିଖରେ ବିଧାନସଭା ଆଗରେ ଦିନିକିଆ ଧାରଣା ଦେବାପାଇଁ ନିଷ୍ପତି ହୋଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ନିରଂଜନ ବାରିକ, ଚିତରଂଜନ ଦାସ, ଗୌରାଙ୍ଗ ସ୍ୱାଇଁ, ବିପିନ୍ ସେଠୀ, ଗଙ୍ଗାଧର ରାଉତ, ମିହିର ନାୟକ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published.