Thursday , June 8 2023
Breaking News
Home / ବିଶେଷ / ନିଖିଳ ଓଡ଼ିଶା କୈବର୍ତ ମହାସଭାର ସାଧାରଣ ପରିଷଦ

ନିଖିଳ ଓଡ଼ିଶା କୈବର୍ତ ମହାସଭାର ସାଧାରଣ ପରିଷଦ

ଭୁବନେଶ୍ୱର, ୨୦/୧୧/୨୦୨୨(ଓଡ଼ିଶା ସମାଚାର)-ଆଜି ରୋଟାରି ଭବନଠାରେ ନିଖିଳ ଓଡ଼ିଶା କୈବର୍ତ ମହାସଭାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା-ମୁଖ୍ୟଅତିଥି ଭାବେ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା-ମୁଖ୍ୟବକ୍ତା ଭାବେ, ଅବସରପ୍ରାପ୍ତ ଆଇ.ଏ.ଏସ୍. ଅଫିସର ଦେବରାଜ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କୈବର୍ତ ସମାଜର ଆର୍ଥିକ, ସାମାଜିକ, ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ପାଇଁ ସମସ୍ତେ ଏକ ହୋଇ ଏକମନ ହୋଇ ଆଗେଇ ଯିବାକୁ ଆହ୍ୱାନ ଦେଇଥିଲେ । ଶ୍ରୀ ଜଗବନ୍ଧୁ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଧାରଣ ପରିଷଦ ସମଗ୍ର ରାଜ୍ୟର ସବୁ ଜିଲ୍ଲାରୁ କୈବର୍ତ ଭାଇ ଭଉଣୀମାନେ ଆସି ଏହି ଅଧିବେଶନରେ ଯୋଗ ଦେଇଥିଲେ ଓ ମୁଖ୍ୟ ସଂଯୋଜକ ନାରାୟଣ ବେହେରା ସଭା ପରିଚାଳନା କରିଥିଲେ । ଏହି ସଭାରେ ପରିଷଦର ସଭାପତି ପଦ ଖାଲି ପଡ଼ିଥିବା ଯୋଗୁଁ ସଭାପତି ପଦ ପାଇଁ ସର୍ବସମ୍ମତିକ୍ରମେ ଦେବେନ୍ଦ୍ର ବେହେରାଙ୍କ ନାମକୁ ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା ପ୍ରସ୍ତାବ ଦେଇଥିଲେ ଏବଂ ତାଙ୍କର ଏହି ପ୍ରସ୍ତାବକୁ ଉପସ୍ଥିତ ସମସ୍ତ କୈବର୍ତ ଭାଇଭଉଣୀମାନେ ସମର୍ଥନ ଜଣାଇଥିଲେ । ନୂଆ ସଭାପତି ଦାୟିତ୍ୱ ନେବାପରେ ପ୍ରଥମେ ପରିଷଦକୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ । ମୋ ଜାତିକୁ ଆଗକୁ ବଢିବା ପାଇଁ ଚେଷ୍ଟା କରିବା ଯଥା- ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଉନ୍ନତି ପାଇଁ ସବୁ ପ୍ରକାର ଚେଷ୍ଟା କରିବା ପାଇଁ ମୁଁ ବଦ୍ଧ ପରିକର ବୋଲି ସଭାପତି ନିଜ ଭାଷଣରେ ଉଲ୍ଲେଖ କରିଥିଲେ । ଏପରିକି ସରକାରଙ୍କ ବିଭିନ୍ନ ଯୋଜନା ଆମ ଜାତି ପାଇଁ ଯାହାସବୁ ଅଛି ତାକୁ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ଭରପୁର ଚେଷ୍ଟା କରିବେ ବୋଲି ସଭାପତି କହିଛନ୍ତି । ସେହିପରି ୧୯୫୦ ମସିହାରୁ ଏହି ମହାସଭା କଟକରୁ ଆରମ୍ଭ ହୋଇ ଆଜି ସବୁ ଜିଲ୍ଲରେ ନିଜର ସଂଗଠନ ତିଆରି କରିଛି । ଏହି ଜାତିର ସ୍ୱାର୍ଥ ରକ୍ଷା ପାଇଁ ଚେଷ୍ଟା କରିଚାଲିଛି । ଆଜିର ଏହି ପରିବର୍ତିତ ପରିସ୍ଥିତିରେ ମହାନଦୀର ଜଳସ୍ରୋତ କମିବା, ଚିଲିକାରେ ପ୍ରଦୂଷଣ ଜଳ ହେବା ଏବଂ ବିଭିନ୍ନ ନଦୀନାଳ ଅବସ୍ଥା ଶୋଚନୀୟ ହେବା ଯୋଗୁଁ ଆମର କୌଳିକ ବ୍ୟବସାୟରେ ଗୁରୁତ୍ୱର ବ୍ୟାଘାତ ହେଉଥିବା ବେଳେ କୈବର୍ତ ଭାଇମାନରଙ୍କ ଆର୍ଥିକ ଉନ୍ନତି ଏବଂ ସ୍ୱାର୍ଥରକ୍ଷା ବଡ଼ କଷ୍ଟକର ହେଉଥିଲେ ମଧ୍ୟ ଆମେ ଆପ୍ରାଣ ଉଦ୍ୟମ କରି ଆମ ଜାତିର ଉନ୍ନତି ପାଇଁ କାମ କରିଚାଲିଛୁ ଏବଂ କରୁଥିବୁ ବୋଲି କହିବା ସହ ସବୁ ଜିଲ୍ଲାରେ ଆମ ସଂଗଠନକୁ ସୁଦୃୃଢ କରିବା ପାଇଁ ଖୁବ୍ଶୀଘ୍ର ଆଉ ଗୋଟିଏ ସାଧାରଣ ପରିଷଦ ଡାକି ଏହିସବୁ ସମସ୍ୟା ଉପରେ ବିଚାର ଆଲୋଚନା କରିବା ପାଇଁ ପ୍ରସ୍ତୁତ ହେଉଛୁ ବୋଲି କୈବର୍ତ ପରିଷଦର ସାଧାରଣ ସମ୍ପାଦକ ରାମଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.