Monday , June 5 2023
Breaking News
Home / ବିଶେଷ / ଧଳା ଜହର ଓ ବନ୍ଧୁକ ଜବତ, ବେପାରୀ ଗିରଫ

ଧଳା ଜହର ଓ ବନ୍ଧୁକ ଜବତ, ବେପାରୀ ଗିରଫ

ଭୁବନେଶ୍ୱର, ୨୦/୧୧/୨୦୨୨(ଓଡ଼ିଶା ସମାଚାର)-ଭୁବନେଶ୍ୱର ଓ ଉପକଣ୍ଠ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଭରତପୁର ଥାନା ପୁଲିସ ଜଣେ ଧଳା ଜହର ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ପ୍ରଧାନ ସାହିର ପାପୁନା ପ୍ରଧାନ ଓରଫ କାହ୍ନା (୨୪)। ଅଭିଯୁକ୍ତ କାହ୍ନା ନିକଟରୁ ପୁଲିସ ୧୨ ଗ୍ରାମ ଧଳା ଜହର ସହ ଏକ ବନ୍ଧୁକ ଜବତ କରି ଅଦାଲତ ଚାଲାଣ କରିଛି। ମିଳିଥିବା ସୂଚନା ଅନୁସାରେ କାହ୍ନା ଭରତପୁର ଜିଏ କଲୋନୀ ନିକଟରେ ଥିବା ପାଣିଟାଙ୍କିଠାରେ ଧଳାଜହର ବେପାର କରିବା ପାଇଁ ଠିଆ ହୋଇଥିବା େନଇ ଭରତପୁର ଥାନାଧିକାରୀଙ୍କୁ  ସୂଚନା ମିଳିଥିଲା। ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ପୁଲିସ ଟିମ ପଠାଇଥିଲେ। ପୁଲିସ ଜିଏ କଲୋନିଠାରେ ଅତର୍କିତ ଚଢ଼ଉ କରି କାହ୍ନାକୁ କାବୁ କରିଥିଲେ। ତଲାସି କରିବା ସମୟରେ ତା ନିକଟରୁ ୧୨ ଗ୍ରାମ ଧଳାଜହର ସହ ଏକ ୭.୬୫ ଏମଏମର ବନ୍ଧୁକ ଜବତ  େହାଇଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ କାହ୍ନା ବେଆଇନ ଭାବେ ସାଧାରଣ ଲୋକଙ୍କୁ  ଧଳା ଜହର ବିକ୍ରି କରୁଥିବା ଏବଂ ବନ୍ଧୁକ ଦେଖାଇ ଭୟଭୀତ କରି ଗ୍ରାହକଙ୍କ ଠାରୁ ଅଧିକ ଟଙ୍କା ଦାବି କରୁଥିଲା। ଏହା ସହ ଅନ୍ୟ ଚୋରା ନିଶା ବେପାରୀଙ୍କୁ  ମଧ୍ୟ ବନ୍ଧୁକ ଦେଖାଇ ଭୟଭୀତ କରି ନିଜେ ନିଜର ନିଶା ସାମ୍ରାଜ୍ୟ ବିସ୍ତାର କରିବାକୁ ଯୋଜନା କରୁଥିଲା। ନିଶା ବେପାର ସମୟରେ ସବୁବେଳେ କାହ୍ନା ପାଖରେ ବନ୍ଧୁକ ରଖୁଥିଲା। ପୁଲିସ ତଦନ୍ତ ସମୟରେ ଉକ୍ତ ବନ୍ଧୁକର ଲାଇସେନ୍ସ ନଥିବା ଜଣାପଡିଥିଲା। ତେବେ କାହ୍ନା ଏହି ଚୋରା ବନ୍ଧୁକ ଓ ଧଳା ଜହର କେଉଁଠାରୁ ଆଣିଲା ତାହା ତଦନ୍ତ କରୁଛି ପୁଲିସ। କାହ୍ନାଠାରୁ କେଉଁ ଗ୍ରାହକ ଧଳା ଜହର କିଣି ଖାଉଥିବା ତାହା ମଧ୍ୟ ଖୋଳତାଡ଼ କରୁଛି ପୁଲିସ। ଯଦି ଏସବୁ ବିଷୟରେ ଜଣାପଡେ ତେବେ ପୁଲିସ ସେମାନଙ୍କୁ  ପଚରାଉଚରା କରିବ ବୋଲି ପୁଲିସ ସୂଚନା ଦେଇଛି।

Leave a Reply

Your email address will not be published.