Thursday , June 8 2023
Breaking News
Home / ବିଶେଷ / ତମାଖୁ ମୁକ୍ତ ପରିବେଶ ଗଠନ କାର୍ଯ୍ୟକ୍ରମ ରେ ଭାଗନେଲେ ୫୦୦ରୁ ଊର୍ଦ୍ଧ୍ବ ପିଲା

ତମାଖୁ ମୁକ୍ତ ପରିବେଶ ଗଠନ କାର୍ଯ୍ୟକ୍ରମ ରେ ଭାଗନେଲେ ୫୦୦ରୁ ଊର୍ଦ୍ଧ୍ବ ପିଲା

ଭୁବନେଶ୍ୱର, ୨୦/୧୧/୨୦୨୨(ଓଡ଼ିଶା ସମାଚାର)-ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍ସ୍ କଲ୍ ଚରାଲ୍ ସେଣ୍ଟର(ପିକକ୍ ) ଓ କୋଆଲିସନ୍ ଫର ଟବାକୋ ଫି୍ର ଓଡ଼ିଡ଼ିଶାର ମିଳିତ ସହଯୋଗରେ ଭୁବନେଶ୍ୱର ଏକାମ୍ର ହାଟ ମୁକ୍ତମଞ୍ଚରେ ‘ଶିଶୁଙ୍କ ତମାଖୁ ମୁକ୍ତ ପରିବେଶ-ଶିଶୁମାନଙ୍କ ଏକ ଅଧିକାର’ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଲାମାନଙ୍କୁ ଧୂମପାନ କରୁଥିବା ଲୋକଙ୍କ ସଂସ୍ପର୍ଶରେ ନ ଆଣିବା, ତମାଖୁ ସେବନ ଏବଂ ଧୂମପାନରୁ ସୁରକ୍ଷା ଦେଇ ପିଲାଙ୍କ ପାଇଁ ତମାଖୁ ମୁକ୍ତ ପରିବେଶ ଗଠନ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। ରାଜ୍ୟସଭା ସାଂସଦ ମୁଜିବୁଲ୍ଲା(ମୁନ୍ନା) ଖାନ ଏବଂ ସାଂସଦ ସୁଲତା ଦେଓ, ସୁପ୍ରିମକୋର୍ଟ ଆଇନଜୀବୀ ରଞ୍ଜିତ କୁମାର ସିଂ, ଜନସ୍ୱାସ୍ଥ୍ୟ ନିର୍ଦେଶାଳୟ, ତମାଖୁ ନିୟନ୍ତ୍ରଣ ରାଜ୍ୟ ପରାମର୍ଶଦାତା ଡ.ଜିଏସ୍ ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ। ବିଭିନ୍ନ ବିଦ୍ୟାଳୟ ଏବଂ ବସ୍ତିର ୫ ଶହରୁ ଅଧିକ ପିଲା ଯୋଗଦେଇ ତମାଖୁ ବିରୋଧରେ ଶପଥ ଗ୍ରହଣ କରିଥିଲେ। କିଶୋରୀ ବାଳିକା ସଂଘର ସଭାପତି ଲକିନା ସ୍ୱାଇଁ ପିଲାଙ୍କ ପକ୍ଷରୁ ମତ ଦେଇଥିଲେ। ସାଂସଦ ଖାନ କହିଥିଲେ, ତମାଖୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦଜନକ। ଏହା ସହଜରେ ମିଳୁଥିବାରୁ ଆଜିକାଲି ପିଲାମାନେ ତମାଖୁ ସେବନ କରୁଛନ୍ତି। ସେମାନଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ୱ। ସାଂସଦ ଶ୍ରୀମତୀ ଦେଓ କହିଥିଲେ, ପିଲାଙ୍କ ଆଗରେ ତମାଖୁ ସେବନ ବାରଣ କରିବା ଉଚିତ୍ । ତମାଖୁ ବର୍ଜନ ଅଭିଯାନକୁ ବିଦ୍ୟାଳୟ ସ୍ତରରେ ସୁଦୃଢ଼ କରାଯିବା ଆବଶ୍ୟକ।

Leave a Reply

Your email address will not be published.