Friday , December 9 2022
Breaking News
Home / ବିଶେଷ / ଝାରସୁଗୁଡ଼ାରେ ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ ପ୍ରସ୍ତାବ

ଝାରସୁଗୁଡ଼ାରେ ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ ପ୍ରସ୍ତାବ

ମାଗଣାରେ ସରକାର ଦେବେ ୨୫ ଏକର ଜମି

ଭୁବନେଶ୍ୱର, ୨୦/୧୧/୨୦୨୨(ଓଡ଼ିଶା ସମାଚାର)-୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ କରିବାକୁ ରବିଶଙ୍କର ବିଦ୍ୟାମନ୍ଦିର ଟ୍ରଷ୍ଟ ସରକାରଙ୍କୁ  ପ୍ରସ୍ତାବ ଦେଇଛି। ସେଥିପାଇଁ ଆବଶ୍ୟକ ୨୫ ଏକର ଜମି ବିନା ମୂଲ୍ୟରେ ଦେବାକୁ ଟ୍ରଷ୍ଟ ପକ୍ଷରୁ ସରକାରଙ୍କୁ  ଅନୁରୋଧ କରାଯାଇଛି। ଏହା ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ରବିଶଙ୍କର ବିଦ୍ୟାମନ୍ଦିର ଟ୍ରଷ୍ଟ ଏବଂ ବେଙ୍ଗାଲୁରୁର ବ୍ୟକ୍ତି ବିକାଶ କେନ୍ଦ୍ର ଇଣ୍ଡିଆ ଟ୍ରଷ୍ଟ ପକ୍ଷରୁ ଦୁଇଟି ପ୍ରସ୍ତାବ ସରକାରଙ୍କୁ  ଦିଆଯାଇଛି। ରବିଶଙ୍କର ବିଦ୍ୟାମନ୍ଦିର ଟ୍ରଷ୍ଟ ପକ୍ଷରୁ ଝାରସୁଗୁଡାଠାରେ ୧୦୦ ଆସନ ବିଶିଷ୍ଟ (ଅଣ୍ଡର ଗ୍ରାଜୁଏଟ) ମେଡିକାଲ କଲେଜ ସହିତ ୩୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସ୍ଥାପନ କରାଯିବ। ସେଥିପାଇଁ ଆବଶ୍ୟକ ୨୫ ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେବାକୁ ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ବେଙ୍ଗାଲୁରୁର ବ୍ୟକ୍ତି ବିକାଶ କେନ୍ଦ୍ର ଇଣ୍ଡିଆ ଟ୍ରଷ୍ଟ ପକ୍ଷରୁ ସମନ୍ବିତ ୱେଲନେସ୍ କ୍ୟାମ୍ପସ ପାଇଁ ୫୦ ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ମନ୍ତ୍ରୀ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କରେ ବସିଥିବା ବୈଠକରେ ଦିଆଯାଇଥିବା ପ୍ରସ୍ତାବ ଉପରେ ବିଭାଗୀୟ ଅଧିକାରୀଙ୍କ ସମେତ ଝାରସୁଗୁଡା ଜିଳାପାଳଙ୍କ ମତାମତ ନିଆଯାଇ ସରକାର ମାଗଣା ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା। ସେହିପରି ବେଙ୍ଗାଲୁରୁର ବ୍ୟକ୍ତି  ବିକାଶ କେନ୍ଦ୍ର ଇଣ୍ଡିଆ ଟ୍ରଷ୍ଟ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇ ସହର ବାହାରେ ୫୦ ଏକର ଜମି ଯୋଗାଇ ଦିଆଯିବ ବୋଲି ଜିଲାପାଳ ଜଣାଇଥିଲେ। ଏହା ଉପରେ ବିଚାର କରିବା ସହ କ୍ଷେତ୍ର ଅନୁଧ୍ୟାନ କରିବାକୁ ସଂସ୍ଥାକୁ କୁହାଯାଇଥିଲା। ପ୍ରଥମ ପ୍ରସ୍ତାବ ଉପରେ ପ୍ରକଳ୍ପ ରିପୋର୍ଟ କରିବାକୁ ସଂସ୍ଥାକୁ କୁହାଯାଇଥିବା ଜଣାପଡିଛି।

Leave a Reply

Your email address will not be published.