Friday , December 9 2022
Breaking News
Home / ତାଜା ଖବର / କାର ଦୂର୍ଘଟଣାରେ ୨ସାମ୍ବାଦିକ ଆହତ

କାର ଦୂର୍ଘଟଣାରେ ୨ସାମ୍ବାଦିକ ଆହତ

କେନ୍ଦ୍ରାପଡ଼ା, ୨୦/୧୧/୨୦୨୨(ଓଡ଼ିଶା ସମାଚାର)- ଏକ ସଡକ ଦୂର୍ଘଟଣାରେ ଦୁଇ ସାମ୍ବାଦିକ ଆହତ ହୋଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ସୂଚନା ମିଳିଛି । ହଳଦିଆଗଡାରୁ ପାଟକୁରା ଯାଉଥିବା ସମୟରେ ତାଳସଙ୍ଗାଛକ ନିକଟରେ ରବିବାର ଅପରାହ୍ନ ପ୍ରାୟ ସାଢେ ୨ଟା ବେଳେ ସାମ୍ବାଦିକ ପିନାକି ସାମନ୍ତରାୟ ଓ ସୁବାସ ସ୍ୱାଇଁ ଙ୍କ ଏକ ବାଇକକରେ ପାଟକୁରା ଯାଉଥିବା ବେଳେ ରଙ୍ଗ ସାଇଡ ୍ରେ ଆସି ଏକ କାର ସମ୍ମୁଖ ଭାଗରୁ ତାଙ୍କ ବାଇକକୁ ଧକ୍କା ଦେବାରୁ ସାମ୍ବାଦିକ ଦ୍ୱୟ ଗୁରୁର ଭାବେ ଆହତ ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ କେନ୍ଦ୍ରାପଡା ଜିଲ୍ଲା ଡାକ୍ତରଖାନାରେ ଭର୍ତି କରାଯାଇଛି । ସାମ୍ବାଦିକ ପିନାକିଙ୍କ ହାତ ଓ ପିଞ୍ଜରା ହାଡ ଭାଙ୍ଗି ଯାଇଥିବା ବେଳେ ସୁବାସଙ୍କ ପିଞ୍ଜରାରେ ଗୁରୁତର ଆଘାତ ଲାଗିଛି । ରିପୋର୍ଟ ଲେଖାଯିବା ବେଳକୁ ଉଭୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଖବର ପାଇ ପାଟକୁରା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ସଂପୃକ୍ତ କାରକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।

Leave a Reply

Your email address will not be published.