Sunday , May 28 2023
Breaking News
Home / ବିଶେଷ / ଓଡ଼ିଶା ଜଳ ସମ୍ପଦ ବିଭାଗ ଅସ୍ଥାୟୀ ଓ ଛଟେଇ କର୍ମଚାରୀ ସଂଘର ଆନ୍ଦୋଳନ ପ୍ରସ୍ତୁତି

ଓଡ଼ିଶା ଜଳ ସମ୍ପଦ ବିଭାଗ ଅସ୍ଥାୟୀ ଓ ଛଟେଇ କର୍ମଚାରୀ ସଂଘର ଆନ୍ଦୋଳନ ପ୍ରସ୍ତୁତି

ଭୁବନେଶ୍ୱର, ୨୦/୧୧/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶା ଜଳ ସମ୍ପଦ ବିଭାଗ ଅସ୍ଥାୟୀ ଓ ଛଟେଇ କର୍ମଚାରୀ ସଂଘର ଏକ ପ୍ରସ୍ତୁତି ବୈଠକ ତା ରବିବାର ଦିନ ଭୁବନେଶ୍ୱରସ୍ଥିତ ୟୁନିଟ-୮ ଠାରେ ଥିବା ବିଜୁ ପଟ୍ଟନାୟକ ଶ୍ରମିକ ଓ କର୍ମଚାରୀ କଲ୍ୟାଣ ସମିତି ଅଫିସ୍ ରେ, ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ପଟ୍ଟନାୟକ ଶ୍ରମିକ ଓ କର୍ମଚାରୀ କଲ୍ୟାଣ ସମିତିର ସାଧାରଣ ସମ୍ପାଦକ ଶ୍ରୀ ଶିବ ପ୍ରସାଦ ମଲ୍ଲିକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଜଳ ସମ୍ପଦ ବିଭାଗର ବିଭିନ୍ନ ଡିଭିଜନରୁ ସଂଘ କର୍ମକର୍ତାମାନେ ଆସି ଏହି ବୈଠକରେ ଯୋଗଦାନ କରିଥିଲେ । କର୍ମଚାରୀମାନଙ୍କର ଗ୍ରେଡ଼େସନ ଲିଷ୍ଟ ହୋଇଥିବା ସତ୍ୱେ କର୍ମଚାରୀମାନଙ୍କୁ ଛଟେଇ କରାଯିବା, ପୁଣି କିଛି କର୍ମଚାରୀମାନଙ୍କୁ କାର୍ଯ୍ୟରେ ନିଯୁକ୍ତି ଦେଇ ଅନ୍ୟମାନଙ୍କୁ ଛଟେଇ କରାଯିବା ଓ କିଛି କର୍ମଚାରୀଙ୍କୁ ଇଞ୍ଜିନିୟରମାନେ ଭିକ ଦେବା ଭଳି ମାସକୁ ୪/୫ ହଜାର ଟଙ୍କା ମାତ୍ର ଦେଇ ମାସକ ଯାକର କାମ କରାଉ ଥିବାରୁ ସମସ୍ତେ କ୍ଷୋଭ ପ୍ରକାଶ କରିବା ସହ ସରକାରଙ୍କୁ ଲିଖିତ ଭାବେ ଦେବା ସହିତ ଆନ୍ଦୋଳନ ଭଳି ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ । ସର୍ବସମ୍ମତି ନିଷ୍ପତିି ଅନୁସାରେ ଡିସେମ୍ବର ମାସ ୪ ତାରିଖ ଦିନ ଆଉ ଗୋଟିଏ ପରିବର୍ଦ୍ଧିତ ବୈଠକ ହୋଇ ସାଂଗଠନିକ ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସ୍ଥିର କରିବାକୁ ପ୍ରସ୍ତାବ ଗ୍ରହଣ କରାଗଲା । ସର୍ବଶ୍ରୀ ସରୋଜ କୁମାର ମହାନ୍ତି, ୱାହିର ଅଲ୍ଲୀ, ଗୋକୁଳ ଚନ୍ଦ୍ର ସେନାପତି, ଦିଲ୍ଲୀପ କୁମାର ସ୍ୱାଇଁ, ବିଷ୍ଣୁଚରଣ ମହାନ୍ତି, ଅକ୍ଷୟ କୁମାର ଜେନା ଓ ରତିକାନ୍ତ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ ଶ୍ରୀ ରତିକାନ୍ତ ପଣ୍ଡା, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସି ସଭ୍ୟମାନେ ଏହି ବୈଠକରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସଭା ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published.