ଭୁବନେଶ୍ୱର, ୨୦/୧୧/୨୦୨୨(ଓଡ଼ିଶା ସମାଚାର)- ପ୍ରତ୍ୟେକ ଶିଶୁ ଅନନ୍ୟ। ତାଙ୍କୁ ନିଜ ଭଳି ହେବାକୁ ଦିଆଯାଉ। ସେମାନେ କାହାର ଅନୁକରଣ ନ କରନ୍ତୁ। ଶିଶୁଙ୍କ ଭିତରେ ଥିବା ଅନନ୍ତ ସମ୍ଭାବନା ଓ ସାମର୍ଥ୍ୟର ପ୍ରକାଶ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟିୃ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି। ଶନିବାର ଖାରବେଳନଗରଠାରେ ଶିକ୍ଷାନୁଷ୍ଠାନ ‘ଏକାମ୍ର ବାଟିକା’କୁ ଉଦଘଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଥିଲେ ଯେ ପ୍ରକୃତିଠୁ ଜୀବନ ଦୂରେଇ ଯିବା ହିଁ ଅନେକ ସମସ୍ୟାର କାରଣ। ଏଣୁ ଶିଶୁମାନଙ୍କୁ ପ୍ରକୃତି ସହ ଯୋଡ଼ି ରଖିବା ଶିକ୍ଷାବ୍ୟବସ୍ଥାର ପ୍ରମୁଖ ଆଭିମୁଖ୍ୟ ହେବା ଉଚିତ। ଉଦଘାଟନ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ଶଶାଙ୍କ ବୀରା ଓ ‘ଧରିତ୍ରୀ’ ସମ୍ପାଦକ ତଥାଗତ ଶତପଥି ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ‘ଏକାମ୍ର ବାଟିକା’ର ଅଧ୍ୟକ୍ଷା ମେଘନା ସିଂହଦେଓ ଶିକ୍ଷାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଥିଲେ। ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଉତ୍ସବରେ ଉପସ୍ଥିତ ଥିଲେ।