Sunday , May 28 2023
Breaking News
Home / ବିଶେଷ / ଋତୁରାଜ ସାହିତ୍ୟ ସଂସଦ କବିତା ପାଠୋତ୍ସେବ

ଋତୁରାଜ ସାହିତ୍ୟ ସଂସଦ କବିତା ପାଠୋତ୍ସେବ

ସାହିତ୍ୟ ସମାଜର ସାମୁହିକ ସ୍ୱର ବହନ କରେ
ଗରଦପୁର,୨୦/୧୧/୨୦୨୨(ଓଡ଼ିଶା ସମାଚାର)- ସାହିତ୍ୟ ସମାଜର ଦର୍ପଣ । ସାହିତ୍ୟ ସମାଜର ସାମୁହିକ ସ୍ୱର ବହନ କରେ । ସାମୁହିକ ସ୍ୱର ଟିଏ କବି / ଲେଖକ ମନରେ ଜମାଟ ବାନ୍ଧିଲେ ଆପଣା ଛାଏଁ ଲେଖନୀ ମୁନରେ ରୂପ ନିଏ । ସେ ଅନର କିଲିଂ ହେଉ କି ଦାଦନ ଶ୍ରମିକ ହେଉ ଅଥବା ଶିଶୁ ଚାଲାଣ /ଯୁବତୀ ଚାଲାଣ ହେଉ କିମ୍ବା ଦାରିଦ୍ର୍ୟ ବିରୁଦ୍ଧରେ ହେଉ ଅବା ଶାନ୍ତି ପୂର୍ଣ୍ଣ ସହାବସ୍ଥାନରେ ଅନ୍ତରାୟ ସାଜୁଥିବା ସାମ୍ପ୍ରଦାୟିକତା ଓ ଅସହିଷ୍ଣୁତା ବିପକ୍ଷରେ ହେଉ – କବି ନିର୍ଲିପ୍ତ ଓ ନିର୍ଭିକ ଭାବରେ ତାର ଅଭିବ୍ୟକ୍ତି ପରିପ୍ରକାଶ କରିଥାଏ । ପାଟକୁରା ଥାନା ସନ୍ନିକଟ କହ୍ନେଇଲାଲ ଜୀଉ ପିଠ ପରିସରରେ ଋତୁରାଜ ସାହିତ୍ୟ ସଂସଦ ତରଫରୁ ଆୟୋଜିତ କବିତା ପାଠୋତ୍ସେବ ରେ ଅତିଥି ମାନେ ଯୋଗଦେଇ ଏଭଳି ମତ ପୋଷଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟକୁରା ଥାନା ଆଇଆଇସି ସରୋଜ କୁମାର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ସ୍ତମ୍ଭକାର ହିରଣ୍ୟ ମହାନ୍ତି ଓ ବିଶିଷ୍ଟ ଅତିଥି ଭାବେ ପ୍ରାଧ୍ୟାପକ ନୀରୋଦ ଦାସ , ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ବଳରାମ ଲେଙ୍କା କବି ମେଜର ଭରତ ଚନ୍ଦ୍ର ଜେନା, ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ, କବୟିତ୍ରୀ କାକୁଲୀ ମଲିକ୍ ,ସମାଜସେବୀ କେଦାରନାଥ ସାମନ୍ତରାୟ, ଆଶୁକବି ନରେଶ ଚନ୍ଦ୍ର ମହାନ୍ତି, ଯୁବ କବି ସିଦ୍ଧାର୍ଥ ଶଙ୍କର ରାୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗନ୍ଧର୍ବ ଚରଣ ମହାପାତ୍ର ପ୍ରମୁଖ ଯୋଗଦେଇ ସାହିତ୍ୟରେ ସାମୁହିକ ସ୍ୱର ଶିର୍ଷକରେ ଆଲୋଚନା କରିଥିଲେ । ଉତ୍ସବରେ ଗରଦପୁର ସମ୍ବାଦ ସାହିତ୍ୟ ଘର ସମ୍ପାଦକ ତଥା ସାମ୍ବାଦିକ ନବଘନ ନାୟକ ସଭାପତିତ୍ୱ କରିଥିବାବେଳେ ଏଥିରେ ଋତୁରାଜ ସାହିତ୍ୟ ସଂସଦର ଅଧ୍ୟକ୍ଷ ତଥା ଗୀତି କବି କୁଂଜ ବିହାରୀ ପାଣି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଋତୁରାଜ ସାହିତ୍ୟ ସଂସଦ ଦ୍ୱାରା ଆୟୋଜିତ ଆଜିର କବିତା ପାଠୋତ୍ସବରେ ଗରଦପୁର ସମ୍ବାଦ ସାହିତ୍ୟ ଘର , କବିତା ମଂଚ ,ପେନ୍ଠ ଏବଂ ବଳଦେବ ସାହିତ୍ୟ ସଂସଦ କେନ୍ଦ୍ରାପଡ଼ାର କବି , ଲେଖକ ଓ ସାହିତ୍ୟିକ ମାନେ ସାମିଲ ହୋଇଥିଲେ । ଉତ୍ସବର ପ୍ରଥମ ଚରଣରେ ଋତୁରାଜ ସାହିତ୍ୟ ସଂସଦ ତରଫରୁ ଗୀତିକବି ଶ୍ରୀ ପାଣି ସ୍ୱରଚିତ ଭଜନ ନେତକୁ ଚାହିଁଲେ ପୁଣ୍ୟ,ହେ ମାଧବ ,ବୃନ୍ଦାବନେ ବଂଶି କେ ବଜାଇଲା ଗାନ କରି ସମସ୍ତଙ୍କ ମନ ମୋହିଥିବାବେଳେ ଭଜନ କଳାକାର ତଥା ପୋଲିସ କର୍ମଚାରୀ ଅଲେଖ ସ୍ୱାଇଁ ଙ୍କ କଂଠ ରେ ମୀରାଭଜନ “ପଥରରେ ଯେବେ ଶ୍ରୀରାମ ନାମ ଲେଖାଯିବ , ପାଣିରେ ଭାଷିକ ପଥର ”ଭଜନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଉତ୍ସବର ୨ୟ ଚରଣରେ କବି ପ୍ରଭାତ ପରିଡ଼ା, ଶିଶିର କୁମାର ବାରିକ,ମାଧବ ଚରଣ ସ୍ୱାଇଁ,ନାରୀକବି ଉତରା ନାୟକ, ବିପ୍ଳବୀ କବି ସିତାକାନ୍ତ ନାୟକ, ଅଧ୍ୟାପିକା ବିଷ୍ଣୁପ୍ରିୟା ପତି ,ଜ୍ୟୋତି ଭୁଷଣ ମିଶ୍ର, କବି ରତ୍ନାକର ବେହେରା,କବି ଦେବେନ୍ଦ୍ରନାଥ କର ସ୍ୱରଚିତ କବିତା ପାଠ କରିଥିଲେ । ଅଧିକନ୍ତୁ ଯୁବକବି ସୌମ୍ୟ ରଂଜନ ଦାଶ ଙ୍କ କବିତା “ହେତୁବାଦୀ” ସମସ୍ତଙ୍କ ମନକୁ ଛୁଇଁଥିବାବେଳେ ଶ୍ରୀ ପାଣି ଙ୍କ କଂଠରେ “ମୋ ଗାଁ ”କବିତା ସମସ୍ତଙ୍କ ମଧ୍ୟରେ ଏକ ଉଦ୍ଧିପନା ସୃଷ୍ଟି କରିଥିଲା । ସମାଜସେବୀ ଉଦୟନାଥ ଚୌଧୁରୀ , ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ନାୟକ, ହରିହର ପଣ୍ଡା, ମଥୁରୀ ଚରଣ ମୋହନ ସାହୁ , ଅଧ୍ୟାପକ ଇନ୍ଦ୍ରମଣି ନାୟକ , ଗାଳ୍ପିକ ନରୋତମ ପରିଡ଼ା , ଶିଶିର କୁମାର ପରିଡ଼ା , ଦୀପ୍ତିମୟୀ ଖୁଂଟିଆ ପ୍ରମୁଖ କବିତା ପାଠ କରିଥିଲେ । ବିଶିଷ୍ଟ ଅତିଥି ଡ଼ ବିଚିତ୍ରା ପଂଜରୀ ତ୍ରିପାଠୀ ଓ କବୟିତ୍ରୀ କାକୁଲି ମଲିକ୍ କବିତା ଗୁଡ଼ିକର ସଂଯୋଜନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭଂଜ କିଶୋର ମହାରଣା,ଶ୍ରୀନିବାସ ମିଶ୍ର, ଶରତ ଚନ୍ଦ୍ର ସେଠୀ, ଲୋକନାଥ ସାହୁ ,ଜୟଦେବ ସାହୁ, ପ୍ରତାପ ଚନ୍ଦ୍ର ବାରିକ, ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.