Friday , December 9 2022
Breaking News
Home / କ୍ରୀଡ଼ା / ‘ଆସଗା’ ର ୩୦ ତମ ଫୁଟଵଲ୍ ଟୁର୍ଣ୍ଣାମେଣ୍ଟ:ଆଇଚର କଟକ ୧-୦ ରେ ବିଜୟୀ

‘ଆସଗା’ ର ୩୦ ତମ ଫୁଟଵଲ୍ ଟୁର୍ଣ୍ଣାମେଣ୍ଟ:ଆଇଚର କଟକ ୧-୦ ରେ ବିଜୟୀ

କଟକ ସଦର,୨୦/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗରର ଅଗ୍ରଣୀ (ଆସଗା) ଆଞ୍ଚଳିକ ସ୍ପୋର୍ଟସ ଆଣ୍ଡ ଗେମ୍ସ ଆସୋସିଏସନ୍ (ସରକାରୀ ପଞ୍ଜିକୃତ)ପକ୍ଷରୁ ଅନୁଷ୍ଠିତ ୩୦ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୨ ଆଜି (ରବିବାର) ଉଦଯାପିତ ହୋଇଯାଇଛି। ଏଥିରେ ୮ ଗୋଟି ନାମକରା ଟିମ୍ ଭାଗ ନେଇଥିବା ବେଳେ ଆଜି ଫାଇନାଲରେ କଟକ ଗଣ୍ଡରପୁରକୁ ୧-୦ ରେ ହରାଇ ଆଇଚର୍ କଟକ ଚମ୍ପିୟାନ ହୋଇଥିଲା।ଏହି ଉପଲକ୍ଷେ ଆସୋସିଏସନ୍ ର ସଭାପତି ବରିଷ୍ଠ ଶିକ୍ଷାବିତ କାଙ୍ଗାଳି ଚରଣ ବେହେରାଙ୍କ ପୈ।ରୋହିତ୍ୟରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଜଣାଶୁଣା ସମାଜସେବୀ ତଥା ଶକ୍ତି ବିଭାଗର ଅବସରପ୍ରାପ୍ତ ସିଇଓ ଇଂ ବଟକୃଷ୍ଣ ଲେଙ୍କା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଟିମ୍ କୁ ଚମ୍ପିୟାନ ଟ୍ରଫି ଓ ରନର୍ସ ଟିମ୍ କୁ ରନର୍ସ ଟ୍ରଫି ପ୍ରଦାନ କରିଥିଲେ। ଆସୋସିଏସନ୍ ର ସଂପାଦକ ପ୍ରଶାନ୍ତ ଦାଶ(ଗୁଲୁ) ବିବରଣୀ ପ୍ରଦାନ କରିଥିବା ବେଳେ ମୂଖ୍ୟ ସଂଯୋଜକ ମହମ୍ମଦ ଅଫସର୍ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ।ଖେଳ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା ।

Leave a Reply

Your email address will not be published.