Wednesday , May 31 2023
Breaking News
Home / ବିଶେଷ / ଅଲ ଓଡ଼ିଶା ରେଡିଓଗ୍ରାଫର ସର୍ଭିସ୍ ଆସୋସିଏସନ୍ ର ଧାରଣା

ଅଲ ଓଡ଼ିଶା ରେଡିଓଗ୍ରାଫର ସର୍ଭିସ୍ ଆସୋସିଏସନ୍ ର ଧାରଣା

ଭୁବନେଶ୍ୱର, ୨୦/୧୧/୨୦୨୨(ଓଡ଼ିଶା ସମାଚାର)- ଅଲ୍ ଓଡ଼ିଶା ରେଡିଓଗ୍ରାଫର ଆସୋସିଏସନର ଏକ ବିଶାଳ ରାଲି ଏବଂ ଧାରଣା ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି  । ସେମାନଙ୍କର ଏକମାତ୍ର ଦାବି କଂଟ୍ରାକ୍ଟଚୁଆଲ୍ ଭାବେ କାମ କରୁଥିବା ସବୁ କର୍ମଚାରୀଙ୍କୁ ରେଗୁଲାର କରାଯାଉ ଏବଂ ଏ ସମ୍ବନ୍ଧରେ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାପାଇଁ ଭୁବନେଶ୍ୱରରେ ଏକାଠି ହୋଇଥିଲେ  । ଅଭିଯୋଗ ଅନୁଯାୟୀ ୨୦୦୪ ରୁ ଯେଉଁ ରେଡିଓଗ୍ରାଫରମାନେ କଂଟ୍ରାକ୍ଟଚୁଆଲ୍ ନିଯୁକ୍ତି ପାଇଥିଲେ ସେମାନଙ୍କୁ ସରକାର ରେଗୁଲାର କରୁନାହାଁନ୍ତି  । ସରକାର ଏବେ ନିକଟ ଅତୀତରେ ସରକାର ୨୦୧୩ ପରଠାରୁ ଯେଉଁମାନେ କଂଟ୍ରାକ୍ଟଚୁଆଲରେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ରେଗୁଲାର କରିବା ପାଇଁ ଘୋଷଣା କରିଛନ୍ତି କିନ୍ତୁ ୨୦୧୩ ମସିହା ପୂର୍ବରୁ ବହୁ ରେଡିଓଗ୍ରାଫର କଂଟ୍ରାକ୍ଟଚୁଆଲ୍ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ସରକାର ସେମାନଙ୍କ କଥା ଭୁଲିଯାଇଛନ୍ତି  । ଏପରିକି ୨୦୦୯ରୁ ଯେଉଁମାନେ ଚାକିରୀ ପାଇଥିଲେ ୨୦୧୫ରେ ସେମାନେ ରେଗୁଲାର ହୋଇଥିଲେ ମଧ୍ୟ ସେମାନଙ୍କୁ ୬ଟି ଇନ୍କି୍ରମେଂଟ ମିଳୁନଥଲା ବେଳେ ଯେଉଁମାନେ ଏବେ ରେଗୁଲାର ହେଲେ, ସେମାନେ ସମ୍ପୂର୍ଣ୍ଣ ଦରମା ସହିତ ୬ଟି ଇନ୍କି୍ରମେଂଟ ପାଇବା ପାଇଁ ଯୋଗ୍ୟ ହୋଇଗଲେ  । ଫଳରେ ଯେଉଁମାନେ ପୂର୍ବରୁ ଚାକିରୀ କରିଥିଲେ, ସେମାନେ କମ୍ ଦରମା ପାଉଛନ୍ତି ଏବଂ ଯେଉଁମାନେ ଏବେ ରେଗୁଲାର ହେଲେ ସେମାନେ ସିନିୟରମାନଙ୍କଠାରୁ ଅଧିକ ଦରମା ପାଉଥିବା ଯୋଗୁଁ କର୍ମଚାରୀମାନଙ୍କ ଭିତରେ ଅସନ୍ତୋଷ ବଢିଚାଲିଛି  । ଏମ୍.ଏ.ସି.ପି. ଓ  ଆର.ଏ.ସି.ପି.  ସର୍ଭିସ୍ ରୁଲ୍ ଭିତରୁ ସେମାନେ ଗଣାଯାଉନାହିଁ ଏବଂ ସେମାନଙ୍କର ୬ ବର୍ଷ ବରବାଦ୍ ହୋଇଗଲା ବୋଲି ବଡ଼ ଦୁଃଖରେ ପ୍ରକାଶ କରିଛନ୍ତି ରେଡିଓଗ୍ରାଫର ସଂଘର ସଭାପତି ସୁବାଷ ଚନ୍ଦ୍ର ସେଠୀ  । ସେହିପରି ଆମେ ସରକାରଙ୍କୁ ଆମ ଦାବିପତ୍ର ଜଣାଇବୁ, ଆମର ଆଶା ଓ ଭରଷା ଅଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝିବେ  । ସବୁ କଂଟ୍ରାକ୍ଟଚୁଆଲ୍ ରେଡିଓଗ୍ରାଫରମାନଙ୍କୁ ରେଗୁଲାର କରାଇବେ  । ଆମେ ଏକ ଏମରଜେନି୍ସ ସର୍ଭିସ୍ ରେ ଥିବାରୁ ନିଶ୍ଚୟ ଆମ ଦୁଃଖ ଏବଂ ସମସ୍ୟା ସରକାର ବୁଝିବେ ବୋଲି ଆଶା କରିଛନ୍ତି ସଂଘର ସାଧାରଣ ସମ୍ପାଦକ ଦେବପ୍ରସାଦ ସାହୁ  । ଏଇଟା ହେଉଛି ପ୍ରଶାସନିକ ଭୁଲ୍  । ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ସମସ୍ୟା ବୋଧହୁଏ ଜାଣିନାହାନ୍ତି  । ଆମ ସମସ୍ୟା ମାନ୍ୟବର ମୁଖ୍ୟମନ୍ତ୍ରୀ ଜାଣିଲେ ନିଶ୍ଚିତ ଭାବେ ଆମ ଦାବି ପୂରଣ ହେବ ବୋଲି କହିଛନ୍ତି ସମ୍ପାଦକ ଶ୍ରୀ ଦେବପ୍ରସାଦ ।

Leave a Reply

Your email address will not be published.