Wednesday , May 31 2023
Home / ବିଶେଷ /  ଅବିଭକ୍ତ ପୁରୀ ଜିଲ୍ଲାର ୧୧ ଟି ପଂଚାୟତର ଜନ ପ୍ରତିନିଧି ଓ ମୁଖିଆମାନଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

 ଅବିଭକ୍ତ ପୁରୀ ଜିଲ୍ଲାର ୧୧ ଟି ପଂଚାୟତର ଜନ ପ୍ରତିନିଧି ଓ ମୁଖିଆମାନଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ଖୋର୍ଦ୍ଧା, ୨୦/୧୧/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟ ଖୁଣ୍ଟିଆବାଣପୁର ବାବା ବିଶ୍ବନାଥ ମନ୍ଦିର ପ୍ରାଙ୍ଗଣରେ ଅବିଭକ୍ତ ପୁରୀ ଜିଲ୍ଲାର ଦୁଇଟି ଜିଲ୍ଲା ପରିଷଦ ଯୋନର ଜନ ପ୍ରତିନିଧି ଓ ମୁଖିଆମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ହୋଇଯାଇଅଛି। ବଡାଲ ସରପଂଚ ଧନେଶ୍ଵର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର, ଲେଣ୍ଡୋ, ଡିଆ ପଂଚାୟତ ଓ ପୁରୀ ଜିଲ୍ଲାର କାଦୁଆଘାଟ, ଦିବ୍ୟସିଂହପୁର, ବକୁ, ସାହୁପଡା, ବଡାଲ,ଦୋଛିଆଁ, ଦେଇପୁର ଓ ଗଡଖାରଦ ପଂଚାୟତର ସଂରପଚ-ସମିତି  ସଭ୍ୟ-ସଭ୍ୟା ଯୋଗ ଦେଇଥିଲେ। ତତସହିତ ଟାଙ୍ଗି ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଖୋର୍ଦ୍ଧା ୧୨ ନଂ ଜିଲ୍ଲା ପରିଷଦ ସଦସ୍ୟ ବିଜୟ କୁମାର ପାଲଟାସିଂହ, ସତ୍ୟବାଦୀ ୩ ନଂ ଜିଲ୍ଲା ପରିଷଦ ପ୍ରତିନିଧି ନବ କିଶ୍ବର ଜେନା, କାଳୁ ଚରଣ ସାମନ୍ତରାୟ ଓ ଉକ୍ତ ୧୦ ଟି ପଂଚାୟତର ମୁଖିଆମାନେ ଯୋଗ ଦେଇ  ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଅଡାଲ ଠାରୁ ଭାଟପଡା ନଦୀବନ୍ଧର ସ୍ଥାୟୀ ମରାମତି, ୧୧ ଟି ପଂଚାୟତରେ ଥିବା ଗ୍ରୁହପାଳିତ ପଶୁମାନଙ୍କୁ ମାଲିକମାନେ ଏପ୍ରିଲ ମାସ ପର୍ୟ୍ୟନ୍ତ ଘରେ ବାନ୍ଧିକି ରଖିବେ ଓ ଭାଟପଡା-କାଦୁଆଘାଟ ସ୍ଲୁଇସ ଗେଟର ମରାମତି ଏହି ତିନୋଟି ନିଷ୍ପତ୍ତି କାର୍ୟକାରୀ କରାଯିବା ପାଇଁ କମିଟି କରାଯାଇ ଦାୟିତ୍ୱ ବଂଟନର ନିଷ୍ପତ୍ତି ନିଆଯାଇଥିଲା । ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ରେ ୩୦୦ ରୁ ଉର୍ଦ୍ଧ୍ବ ଲୋକ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published.