Wednesday , May 31 2023
Home / ବିଶେଷ / ଅନନ୍ତ ନାରାୟଣ ସାମନ୍ତରାୟଙ୍କ ତୃତୀୟ ଶ୍ରାଦ୍ଧୋତ୍ସବ

ଅନନ୍ତ ନାରାୟଣ ସାମନ୍ତରାୟଙ୍କ ତୃତୀୟ ଶ୍ରାଦ୍ଧୋତ୍ସବ

ଆଚରଣ ଓ ଉଚ୍ଚାରଣ ହୃଦୟସ୍ପର୍ଶୀ ହେଲେ ମଣିଷ ସବୁ ସ୍ଥାନରେ ପୂଜା ପାଇବ

ନିରାକାରପୁର, ୨୦/୧୧/୨୦୨୨(ଓଡ଼ିଶା ସମାଚାର)- ସତ କର୍ମ, ପରୋପକାର, ସତ୍ୟବଚନ , କର୍ତ୍ତବ୍ୟ ନିଷ୍ଠ ,ଧର୍ମବିଶ୍ୱାସୀ ବ୍ୟକ୍ତିମାନେ ସବୁ ବେଳେ ମନେ ପଡନ୍ତି। ଆଉ ଆଚରଣ ଓ ଉଚ୍ଚାରଣ ଯଦି ହୃଦୟସ୍ପର୍ଶୀ ହୁଏ ତେବେ ଉକ୍ତ ମଣିଷକୁ ସବୁ ସ୍ଥାନରେ ସମ୍ମାନ ମିଳେ। ସମାଜସେବୀ ସ୍ବର୍ଗତ ଅନନ୍ତ ନାରାୟଣ ସାମନ୍ତରାୟ ଏ ସବୁର ଅଧିକାରୀ ହୋଇ ଥିବାରୁ ସେ ସବୁବେଳେ ଚିର ନମସ୍ୟ ହୋଇ ରହିବେ ବୋଲି ଖୋର୍ଦ୍ଧା ଜିଲ୍ଲା କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନନ୍ତ ନାରାୟଣ ପାଠାଗାର ଦ୍ଵାରା ଆୟୋଜିତ  ଅନନ୍ତ ନାରାୟଣ ସାମନ୍ତରାୟ ଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧ ଦିବସ ରେ ଉପସ୍ଥିତ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠିତ ସଭାରେ ଅତିଥି ପରିଚୟ ଅଧ୍ୟାପିକା ଡ. ରେଣୁବାଳା ସାମନ୍ତରାୟ ପ୍ରଦାନ କରୁଥିବାବେଳେ ସଭାପତିତ୍ବ କରିଥିଲେ ଅଧକ୍ଷ ସୁଧାଂଶୁ ଶେଖର ମହାନ୍ତି। ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଭବାନୀ ଶଙ୍କର ଶତପଥୀ ଯୋଗଦେଇ ସ୍ବର୍ଗତ ସାମନ୍ତରାୟଙ୍କ ନାମରେ ନାମିତ ପାଠାଗାରରେ ସମସ୍ତଙ୍କୁ ଅଧ୍ୟୟନ କରିବାକୁ କହିବା ସହିତ ପାଠାଗାର ଶିକ୍ଷାନୁଷ୍ଠାନର ଦର୍ପଣ । ଏଠାକୁ ଯାଇ ଜ୍ଞାନ ଆହରଣ କରି ଅନ୍ୟକୁ ପ୍ରଦାନ କଲେ ତାହା ହିଁ ସର୍ବଶ୍ରେଷ୍ଠ ସେବା  ହୋଇ ପାରିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବର୍ଗତ ସାମନ୍ତରାୟଙ୍କ ସୁଯୋଗ୍ୟ ସନ୍ତାନ ତଥା ଆଡଭୋକେଟ ପ୍ରଭାତ କୁମାର ସାମନ୍ତରାୟ, ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ୍ ଗୋଦାବରୀଶ ସାହୁ ଓ ବକୁ ୟୁଜିମଇ ସ୍କୁଲ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଶତପଥୀ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଅନନ୍ତ ନାରାୟଣ ସାମନ୍ତରାୟ ସ୍ମୃତି ଚରଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭବନୀ ଶଙ୍କର ଶତପଥୀ ଓ ପ୍ରଭାତ କୁମାର ସାମନ୍ତରାୟ ଙ୍କୁ ଉତ୍ତରୀୟ , ପୁଷ୍ପ ଗୁଚ୍ଛ ଦେଇ ସମ୍ମାନୀତ କରିବାସହ ବିଦ୍ୟାଳୟ ପରିସରରେ କାର୍ଯ୍ୟରତ ମିସ୍ତ୍ରୀ ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ ମଧ୍ୟ କରାଯାଇଥିଲା। ଶେଷରେ ପାଠାଗାର ପରିଚାଳକ ହିମାଂଶୁ ଭୁଷଣ ଚମ୍ପତିରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published.