Saturday , June 10 2023
Breaking News
Home / ବିଶେଷ / ୨୦ ଟନ ଚୋରା କୋଇଲା ସହ ଟ୍ରକ ଓ ଏସକର୍ଟ କାର ଜବତ

୨୦ ଟନ ଚୋରା କୋଇଲା ସହ ଟ୍ରକ ଓ ଏସକର୍ଟ କାର ଜବତ

ଦୁଇ ଭାଇ ଙ୍କ ସମେତ ୪ ଜଣ ଗିରଫ

ଭୁବନ,୧୯/୧୧/୨୦୨୨(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତ୍ରିରେ ଭୁବନ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ ଚୋରା କୋଇଲା ବୋଝେଇ ଟ୍ରକ ଓ ସେହି ଟ୍ରକ କୁ ଏସକର୍ଟ କରି ନେଉଥିବା କାର କୁ ଜବତ କରି ଏହି ଘଟଣାରେ ଦୁଇ ଭାଇ ଙ୍କ ସମେତ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ , ରାତ୍ର ପ୍ରାୟ ସାଢେ ଗୋଟାଏ ସମୟରେ ୫୩ ନମ୍ବର ଜାତୀୟ ରାଜପଥର ବାଲିଝାଟି ନିକଟରେ ଓଆର ୦୪ ଏମ -୫୨୧୦ ନମ୍ବର ବିଶିଷ୍ଟ ଦଶ ଚକିଆ ଟ୍ରକ ଏବଂ ଓଡି ୦୨ ବିଏଚ-୪୯୫୧ ନମ୍ବର ବିଶିଷ୍ଟ ହୁଣ୍ଡାଇ କାର ଅଟକି ରହିଥିବା ବେଳେ ପୋଲିସ ଟିମ୍ ସନ୍ଦେହ କରି ସେମାନଙ୍କ ନିକଟକୁ ଯାଇ ପଚରା ଉଚରା କରିଥିଲା । ପ୍ରାୟ ୨୦ ଟନ ଚୋରା କୋଇଲା ବିକ୍ରି ଉଦ୍ଧେଶ୍ୟରେ ନିଆଯାଉଥିବା ଜଣାପଡିବା ପରେ ପୋଲିସ ସେମାନଙ୍କୁ ଥାନାକୁ ଆଣିଥିଲା । ଆଜି ଏ ସଂପର୍କରେ ତଦନ୍ତ କରି କେଶ ନଂ -୪୭୩ /୨୦୨୨ ଦଫା ୩୭୯/୪୧୧/୩୪ ରେ ମାମଲା ରୁଜ୍ଜୁ କରି ଟ୍ରକ ମାଲିକ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ବାଲିଚତୁରୀ ସାହି ର ବନମାଳି ଦାସ ଙ୍କ ପୁଅ ବାପି ଦାସ (୨୮) , ତାଙ୍କ ଭାଇ ପପି ଓରଫ ଭୀଷ୍ମ ଦାସ (୨୩) ,ପର୍ଜଙ୍ଗ ଥାନା ମୁଣ୍ଡେଇଲୋ ଗ୍ରାମର ରାଧା ପ୍ରସାଦ ପଣ୍ଡା ଙ୍କ ପୁଅ ବିକି ଓରଫ ପ୍ରିୟବ୍ରତ ପଣ୍ଡା ଓ କାର ଚାଳକ ପର୍ଜଙ୍ଗ ଥାନା ସନ୍ଥ ନଗର ବାସିନ୍ଦା କାଳନ୍ଦି ନାୟକ ଙ୍କ ପୁଅ ବଣି୍ଟ ଓରଫ ବିଶ୍ୱଜିତ ନାୟକ (୨୧) ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସଂପର୍କରେ ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.