କିଶନନଗର ,୧୯/୧୧/୨୦୨୨ (ଓଡିଶା ସମାଚାର /ଅଭୟ ଜେନା ) -ଏସ ୟୁ ଜେ ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘ ର ସାଧାରଣ ପରିଷଦ ବୈଠକ କଟକ ସଦର ର ଫୁଲନଖରା କୁରାଙ୍ଗ ଶାସନ ସ୍ଥିତ ହୋଟେଲ ଆମରପାଲି ରେସଟ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଘ ସଭାପତି ଅଖିଳେଶ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ରାଜ୍ୟ ସାମ୍ବାଦିକ ସଂଘ ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟରେ ସାମ୍ବାଦିକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସଂଘ ଗୁରୁତ୍ୱ ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଥିଲେ ।
ମୁଖ୍ୟବକ୍ତା ଭାବେ ଅଧ୍ୟାପକ ତଥା ସ୍ତମ୍ଭକାର ବିରଞ୍ଚି ନାରାୟଣ ଦାଶ ଯୋଗ ଦେଇ କହିଥିଲେ ଯେ, ସାମ୍ବାଦିକ ମାନଙ୍କ ସମସ୍ୟାର ସମାଧାନ ଦିଗରେ ସରକାର ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପାଢୀ, କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ, ଆଡ଼ଭୋକେଟ କବି ନାରାୟଣ ଜେନା, ସୁରେନ୍ଦ୍ର ମହାପାତ୍ର, ଉପଦେଷ୍ଟା ଅଭୟ ଜେନା, ରଘୁନାଥ ଆଚାର୍ଯ୍ୟ, ଶଶୀଭୁଷଣ ଷଡ଼ଙ୍ଗୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇ “ଗଣମାଧ୍ୟମ ର ସ୍ଥିତି ଓ ସମ୍ଭାବନା” ଶୀର୍ଷକ ବିଷୟ ବସ୍ତୁ ଉପରେ ଉଦିଷ୍ଟ ଆଲୋଚନା ରେ ଭାଗ ନେଇ ବକ୍ତବ୍ୟ ରଖିଥିଲେ ।
କଟକ ଜିଲ୍ଲା ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ବ୍ଲକ ରୁ ଯୋଗ ଦେଇଥିବା ବରିଷ୍ଠ ସାମ୍ବାଦିକ ଓ ପ୍ରାଚି ପ୍ରଜ୍ଞା ପରିଷଦ, ରଶ୍ମି ରଞ୍ଜନ ସେଠୀ, ଅସିତ ମୂଳିଆ ଙ୍କୁ ସମ୍ବର୍ଦ୍ଧିତ କାରାଯାଇ ଥିଲା । ଶେଷରେ କାନନ ବିହାରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।