ନିରାକାର ପୁର,୧୯/୧୧: ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରୁ ପୁରୀ ଯାଇଥିବା ନୂଆ ଜଗନ୍ନାଥ ସଡକ ରାମେଶ୍ୱର ଜଂଗଲ ନିକଟ ରାସ୍ତା ଉପରେ ଦନ୍ତହାତୀ।ଦନ୍ତା ରାସ୍ତା ଉପରେ ଠିଆ ହୋଇ ରହିଥିବାରୁ ଦନ୍ତା ଭୟରେ ରାସ୍ତାର ଉଭୟ ପାର୍ଶ୍ୱରେ ସହ ସହ ଗାଡିମୋଟର ଅଟକି ଥିବା ଦେଖିବାକୁ ମିଳିଛି।ହାତୀ ଭୟରେ ନୂଆ ଜଗନ୍ନାଥ ସଡକ ଉପରେ ଗାଡି ଚଳାଚଳ କୁ କିଛି ସମୟ ପାଇଁ ବନବିଭାଗ କର୍ମଚାରୀ ମାନେ ବନ୍ଦ କରିଛନ୍ତି ଗାଡିଗୁଡିକ ରାସ୍ତାରେ ଅଟକି ରହିଛି ।
ଏକ ହାତୀପଲ ରାସ୍ତା ପାର ହେଉଥିବା ବେଳେ ଗୋଟିଏ ଦନ୍ତାହାତୀ ରାସ୍ତା ଉପରେକିଛି ସମୟ ଠିଆ ହୋଇ ରହିଥିଲା।ଜଂଗଲ ଧ୍ୱସାଂବିମୁଖି ହୋଇଥିବାରୁ ଜଙ୍ଗଲ ରେ ଖାଦ୍ୟ ର ଅଭାବ ଦେଖାଦେଇଥିବାରୁ ଖାଦ୍ୟ ଅନ୍ୱେଷଣରେ ଆସି ଏକର ଏକର ଚାଷଜମିରେ ହାତୀପଲ କରୁଛନ୍ତି ଉପଦ୍ରବ ଚିନ୍ତାରେ ଚାଷୀ।ବନବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ। ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂର ଗୋଳବାଇ, ରାମେଶ୍ୱର, ଜଂକିଆ ବଡପୋଖରୀଆ ଅଂଚଳରେ ଏକ ହାତୀପଲ କରୁଛନ୍ତି ଉପଦ୍ରବ।ବନବିଭାଗ ହାତୀକୁ ଜଂଗଲ ମଧ୍ୟକୁ ତଡିବା ପାଇଁ ସାଧାରଣ ରେ ଦାବି ହେଉଛି।
