ଭୁବନେଶ୍ୱର, ୧୯/୧୧/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି। ଏଥି ପାଇଁ ଆଜି ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍ କଟକଣା ଉଠାଇ ଦେଇଛନ୍ତି। କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
୨୦୨୦ ମସିହାରୁ ଲାଗୁ ହୋଇଥିବା ଏହି କଟକଣାରୁ ଆଜି ରାଜ୍ୟ ସରକାର ଏହାକୁ ଉଠାଇ ଦେଇଛନ୍ତି । ସାଧାରଣ ସମାବେଶ, ମାସ୍କ ପିନ୍ଧିବା, ଛେପ ପକାଇବା ଇତ୍ୟାଦି ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଏବଂ ଦଣ୍ଡବିଧାନକୁ ଉଚ୍ଛେଦ କରିଦିଆଯାଇଛି। ଯେତେବେଳେ ଆବଶ୍ୟକ ହେବ ଏବଂ ସ୍ୱେଚ୍ଛାକୃତ ଭାବରେ କୋଭିଡ୍ ଆଇନ୍ର ଅନୁସରଣ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି ।