ଜଗତସିଂହପୁର ୧୯/୧୧/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆକ୍ସନ ଏଡ ଓ ୟୁନିସିଫ୍ ମିଳିତ ଆନୁକୁଲ୍ୟରେ ଜଗତସିଂହପୁର କୋର୍ଟ ଛକସ୍ଥିତ ସ୍ଵାଧୀନତା ସଂଗ୍ରାମୀ ଭବନ ପରିସରରେ ବାଲ୍ୟବିବାହ ବନ୍ଦ କରିବା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାର ବିଭିନ୍ନ ମଠ,ମନ୍ଦିରର ଟ୍ରଷ୍ଟି ଓ ପୂଜକ ମାନଙ୍କୁ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ସଚେତନ କରାଯାଇଥିଲା। ଆଧାର କାର୍ଡ କୁ ଦେଖି ମଠ ମନ୍ଦିରର ପୂଜକ ଓ ଟ୍ରଷ୍ଟି ମାନେ ବିବାହ ପାଇଁ ଅନୁମତି ଦେଇ ବିବାହ କାର୍ୟ୍ୟ କରୁଥିଲେ।ଏବେ ଜନ୍ମ ଗତ ସାଟି ଫିକେଟ ସହିତ ଶିକ୍ଷାଗତ ସାଟି ଫିକେଟ ଦେଖି ବିବାହ କାର୍ୟ୍ୟ କରିବାକୁ ପରାମର୍ଶ ଦିଆ ଯାଇଥିଲା।୧୮ ବର୍ଷରୁ କମ ବୟସର ଝିଅ ଓ ୨୧ ବର୍ଷରୁ କମ ବୟସର ପୁଅ ମାନେ ବିବାହ କଲେ ସ୍ଥାନୀୟ ସିବ୍ଲୁସି କିମ୍ବା ସ୍ଥାନୀୟ ପୋଲିସ ଷ୍ଟେସନ କୁ ଜଣାଇବା ପାଇଁ ମନ୍ଦିରର ଟ୍ରଷ୍ଟି ଓ ପୂଜକ ମାନଙ୍କୁ ଅବଗତ କରିଥିଲେ।ଏହି ସଚେତନତା ଶିବିରରେ ଅକସନ୍ ଏଡ୍ ର ଜିଲ୍ଲା ସଂଯୋଜକ ତପନ କୁମାର ଗୋଛାୟତ,ଜିଲ୍ଲା ସଂଯୋଜକ ଚାଇଲ୍ଡ ଲାଇନ ଜଗତସିଂହପୁର ନରେଶ ଚନ୍ଦ୍ର ଗୋଚ୍ଛାୟତ, ଡିଏସପି ଭରତ ବେହେରା,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଉଦୟନାଥ ସ୍ୱାଇଁ,ଜିଲ୍ଲା ଚାଇଲ୍ଡ ଲାଇନ୍ ଡାଇରେକ୍ଟର ପୂର୍ଣ୍ଣଚନ୍ଦ୍ର ମଲ୍ଲ, ପ୍ରୋଟେକ୍ସନ୍ ଅଫିସର ଅଂଶୁପା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।