Saturday , June 10 2023
Breaking News
Home / ବିଶେଷ / ଜ୍ଞାନ ବିକାଶରେ ଗ୍ରନ୍ଥାଗାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜ୍ଞାନ ବିକାଶରେ ଗ୍ରନ୍ଥାଗାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୧୯/୧୧/୨୦୨୨(ଓଡ଼ିଶା ସମାଚାର)-ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଗ୍ରନ୍ଥାଗାର ସପ୍ତାହ ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବିଭିନ୍ନ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହେବା ସହ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ସସ୍ମିତା ମିଶ୍ର, ସଂଘମିତ୍ରା ସାହୁ, ପଦ୍ମନାଭ ଜେନା, କୁକୁମିନା ଦାସ, ରୁଦ୍ରପ୍ରସାଦ ବେହେରା, ସଳିତା ପାତ୍ର, ବିଦ୍ୟାଧର ପଣ୍ଡା, କଣ୍ଠମଣି ବିଶ୍ୱାଳ, ମଞ୍ଜୁରାଣୀ ମୁଦୁଲି, ସୁବର୍ଣ୍ଣ ପଣ୍ଡାଙ୍କ ସମେତ ଉପେନ୍ଦ୍ର ମୁଦୁଲି, ଲକ୍ଷ୍ମଣ ମାଝୀ, ହଟକିଶୋର ଗୁରୁଙ୍କ ସମେତ ସମସ୍ତ କର୍ମଚାରୀ ଓ ପାଠକମାନେ ଯୋଗଦେଇ ନିଜ ବକ୍ତବ୍ୟରେ ଗ୍ରନ୍ଥାଗାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଗ୍ରନ୍ଥାଗାରର କ୍ରମ ବିକାଶ ହୋଇ ସାଂପ୍ରତିକ ସ୍ଥିତିରେ ନୂତନ ଜ୍ଞାନ କୌଶଳରେ ଗ୍ରନ୍ଥାଗାର ଗୁଡ଼ିକ ପରିଚାଳିତ ହେଉଥିବା ବେଳେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ମଧ୍ୟ ଏହି ଜ୍ଞାନ କୌଶଳରେ ନିଜକୁ ସାମିଲ୍ କରି ପୁସ୍ତକର କମ୍ପୁ୍ୟଟରୀକରଣ ପଞ୍ଜିକରଣ ସହ ପାଠକମାନଙ୍କୁ ଉନ୍ନତମାନର ସେବା ଯୋଗାଇବାରେ ନିରନ୍ତର ଉଦ୍ୟମ ଜାରି ରଖିଛି । ସରକାରଙ୍କର ଲୋକାଭିମୁଖୀ ପଦକ୍ଷେପ କାର୍ଯ୍ୟକ୍ରମରେ ପାଠକମାନଙ୍କ ଜ୍ଞାନର ବିକାଶରେ ଓ ମାର୍ଗଦର୍ଶନରେ ଏହି ପାଠାଗାର ଦୀର୍ଘ ୫୫ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଅଛି, ଏହାକୁ ବିନିଯୋଗ କରି ବହୁ ପାଠକ ପାଠିକା ଆଜି ସମାଜର ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ ହୋଇପାରିଛନ୍ତି ବୋଲି ମତ ଦେଇ ସମସ୍ତେ ପୁସ୍ତକ ଓ ଖବରକାଗଜ ପଠନ ପ୍ରତି ଧ୍ୟାନ ଦେଇ ଏହାକୁ ନିରନ୍ତର ପଠନ କଲେ ସେମାନଙ୍କର ଜ୍ଞାନର ବିକାଶ ହୋଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published.