Friday , December 9 2022
Breaking News
Home / କ୍ରୀଡ଼ା / କଳାହାଣ୍ଡି ଜିଲ୍ଲା ର ଖେଲୋ ଇଣ୍ଡିଆ ଉଷୁ ଓମେନ୍ସ ଲିଗ୍‌ ରେ ଭାଗ ନେବେ ଭବାନିପାଟଣା ପୁରୁଣା ପଡ଼ାର ଝିଅ ଆବନ୍ତିକା ପ୍ରଧାନ

କଳାହାଣ୍ଡି ଜିଲ୍ଲା ର ଖେଲୋ ଇଣ୍ଡିଆ ଉଷୁ ଓମେନ୍ସ ଲିଗ୍‌ ରେ ଭାଗ ନେବେ ଭବାନିପାଟଣା ପୁରୁଣା ପଡ଼ାର ଝିଅ ଆବନ୍ତିକା ପ୍ରଧାନ

କଳାହାଣ୍ଡି ,୧୯/୧୧/୨୦୨୨( ଓଡ଼ିଶା ସମାଚାର/ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ର ଭବାନି ପାଟଣା ଉଷୁ ସଂଘ ରେ ଅନେକ ଦିନରୁ କୋଚ୍  ପ୍ରଶିକ୍ଷଣ ନେଉଥିବା ଆବନ୍ତିକା ପ୍ରଧାନ ଖେଲୋ ଇଣ୍ଡିଆ ରେ ଓଡିଶା ତରଫରୁ ଭାଗନେବେ । ଆସନ୍ତା ନଭେମ୍ବର ୨୭ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଖେଲୋ ଇଣ୍ଡିଆ ଉଷୁ ଓମେନ୍ସ ଜୋନାଲ ଲିଗ୍‌, ଯାହା କେରଳର ଖୋଜିକୋର୍ଡ ଠାରେ ଅନୁଷ୍ଠିତ ହେବ । ସେଥିରେ କଳାହାଣ୍ଡି ଜିଲ୍ଲା ଭବାନିପାଟଣା ର ଜଣେ ଉଷୁ ଖେଳାଳି ଅବନ୍ତିକା ପ୍ରଧାନ ଚୟନ ହୋଇଛନ୍ତି । ଉଷୁ କୋଚ୍ କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ବରେ କଳାହାଣ୍ଡିରେ ଉଷୁର ପ୍ରଚାର ଓ ପ୍ରସାର ହୋଇଆସୁଅଛି । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ନେଇ ଖେଳାଳି ହୋଇ ଜିଲ୍ଲା ତଥା ରାଜ୍ୟ ପାଇଁ ସୁନାମ ଅର୍ଜନ କରିବା ସହ ନିଜ ମାତା ପିତାଙ୍କଏବଂ ଗାଁ ନାମ ରଖିବାରେ ସଫଳ ହୋଇଛନ୍ତି । ଖେଲୋ ଇଣ୍ଡିଆ ଲିଗ୍‌ ପାଇଁ ଭୁବନେଶ୍ବର ଠାରେ ସିଲେକସନ୍ ଟ୍ରାଏଲ୍ ହୋଇଥିଲା, ସେଥିରେ ପ୍ରତ୍ୟେକ ଜିଲ୍ଲାରୁ ଉଷୁ ଖେଳାଳି ମାନେ ଭାଗନେଇଥିଲେ । ଉଷୁ ଏସୋସିଏସନ୍ ଅଫ୍ ଓଡିଶାର ସଭାପତି ଏସ୍.ଏସ୍. ହରିଚନ୍ଦନ ଓ ସାଧାରଣ ସଂପାଦକ ପ୍ରଦ୍ୟୁମ୍ନ ବେହେରାଙ୍କ ନେତୃତ୍ବରେ ଖେଳାଳି ମାନେ ସିଲେକ୍ସନ୍ ଟ୍ରାଏଲ୍‌ରେ କ୍ୱାଲିଫାଏ କରିଥିବା ଖେଳାଳି ମାନେ ଖେଲୋ ଇଣ୍ଡିଆ ଉଷୁ ଓମେନ୍‌ ଲିଗ୍‌ ରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଆବନ୍ତିକା ପ୍ରଧାନ ମଧ୍ୟ ମନୋନୀତ ହୋଇଛନ୍ତି । ଆବନ୍ତିକା ବର୍ତ୍ତମାନ ଭବାନୀପାଟଣାସ୍ଥିତ ବିମଳା କାନଭେଣ୍ଟ  ସ୍କୁଲ ଠାରେ ତୃତୀୟ ଶ୍ରେଣୀରେ ଶିକ୍ଷାଲାଭ କରୁଛନ୍ତି । କଳାହାଣ୍ଡି ଜିଲ୍ଲା ଉଷୁ ଆସୋସିଏସନ୍‌ ର ସଂପାଦକ ଓ କୋଚ୍ କୃଷ୍ଣଚନ୍ଦ୍ର ସାହୁ ଆବନ୍ତିକାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଷୁ ଖେଳର ଅଭ୍ୟାସ ଜୋରସୋରରେ ଚଲାଇଛନ୍ତି । ଆଗାମୀ ପିଢୀ ପାଇଁ ଏହା ପ୍ରେରଣାର ବିଷୟ ହେବ ବୋଲି ଉଷୁ କୋଚ୍ ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି । ଏବଂ ଶ୍ରୀ ସାହୁ ଟିମ ମେନେଜର ଭାବେ ଓଡିଶା ଉଷୁ ଦଳ କୁ ପ୍ରତିନିଧିତ୍ୱ କରିବେ ଏହା  ଜିଲ୍ଲା ପାଇଁ ଗୌରଵର ବିଷୟ । ଓଡ଼ିଶା ସମାଚାର

Leave a Reply

Your email address will not be published.