ଭୁବନେଶ୍ୱର, ୧୯/୧୧/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟର ଏକ ଲକ୍ଷରୁ ଉଦ୍ଧ୍ୱର୍ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତିନିଧିତ୍ୱ କରୁଥିବା ପ୍ରମୁଖ ୟୁନିୟନ୍ ଗୁଡ଼ିକୁ ନେଇ ଗଠିତ ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ତରଫରୁ ଆଗାମୀ ଡିସେମ୍ବର ୯ ତାରିଖ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇ ଆଗାମୀ ବଜେଟ୍ ରେ ଯଦି ଭତାବୃଦ୍ଧି ନ ହୁଏ ତେବେ ଆଗାମୀ ବଜେଟ୍ ଅଧିବେଶନରେ ଦ୍ୱିତୀୟ ପର୍ଯ୍ୟାୟରେ ବିଧାନସଭା ସମ୍ମୁଖରେ ଦିବାରାତ୍ର ଧାରଣା ଅନୁଷ୍ଠିତ ହେବ ବୋଲି ଆଜି ଏଆଇଟିୟୁସି କାର୍ଯ୍ୟାଳୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି ।
ପ୍ରକାଶ ଥାଉକି, ଗତ ୨୦୧୭ ମସିହାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯାହା ଭତାବୃଦ୍ଧି କରିଥିଲେ, ତାହା ସମୁଦ୍ରକୁ ଶେଙ୍ଖ । ଦରଦାମ୍ ହୁହୁ ହୋଇ ବଢ଼ି ଚାଲୁଥିବା ବେଳେ ସ୍ୱଳ୍ପ ଦରମାରେ ଚଳିବା କଷ୍ଟକର । ଅପର ପକ୍ଷରେ ଦୈନନ୍ଦିନ କାର୍ଯ୍ୟଭାର ବଢ଼ିବଢ଼ି ଚାଲିଛି । ୬ ପ୍ୟାକେଜ୍ ବ୍ୟତୀତକୌଣସି କାର୍ଯ୍ୟର କର୍ମୀମାନଙ୍କୁ ନିୟୋଜିତ ନ କରିବା ପାଇଁ ନିୟମ ଥିଲେ ମଧ୍ୟ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି । ନୂତନ ପ୍ରଯୁକ୍ତି ନାମାରେ ଅଙ୍ଗନୱାଡ଼ି କେନ୍ଦ୍ରରେ ଟ୍ରାକିଂ ନାମରେ କର୍ମୀ ସହାୟିକାଙ୍କ ବ୍ୟକ୍ତିଗତ ଚଳଣୀ ଉପରେ ଅଙ୍କୁଶ ଲଗାଯାଉଛି । ଅଙ୍ଗନୱାଡ଼ି କର୍ମୀ ପ୍ରାକ୍-ବିଦ୍ୟାଳୟ କାର୍ଯ୍ୟ ବ୍ୟତିରେକ ବହୁଧା କାର୍ଯ୍ୟରେ ନିୟୋଜିତ । ଲୋକେସନ୍ ଟ୍ରାକିଂ ନାମରେ ଦୈନନ୍ଦିନ କାର୍ଯ୍ୟରେ ହସ୍ତକ୍ଷେପ କରାଯାଉଛି । ସରକାରଙ୍କ ପ୍ରଦ ମୋବାଇଲ ନିମ୍ନମାନର, ବ୍ୟବହାର ଉପଯୋଗୀ ନୁହେଁ ଏବଂ ଯାହା ୨୦୨୦ ମସିହାରୁ ପ୍ରଦାନ କରାଯାଇଛି । ବହୁ ଅଂଚଳରେ ନେଟ୍ କାମ କରୁନାହିଁ । ପୋଷଣ ଟ୍ରାକ୍ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଅପର ପକ୍ଷରେ ମୋବାଇଲ ଓ ପୋଷଣ ବାବଦ ଦେୟ ପ୍ରଦାନ କରାଯାଉ ନାହିଁ । ପ୍ରାକ୍-ବିଦ୍ୟାଳୟ ଓ ଗର୍ଭବତୀଙ୍କୁ ଖାଦ୍ୟ ଯୋଗାଣ ଦେୟ ୨୦୧୭ ମସିହାରେ ବୃଦ୍ଧି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବୃଦ୍ଧି କରାଯାଉ ନାହିଁ ।
ତେଣୁ ଏହି ପରିପ୍ରେକ୍ଷୀରେ ତୁରନ୍ତ ଭତାବୃଦ୍ଧି, ଶତ ପ୍ରତିଶତ ସୁପରଭାଇଜର ପ୍ରମୋସନ୍, ଦୀର୍ଘଦିନ ତଳେ ଯୋଗାଇ ଦିଆଯାଇଥିବା ମୋବାଇଲ ପରିବର୍ତନ କରି ଉନ୍ନତ ମାନର ମୋବାଇଲ ପ୍ରଦାନ, ବଜାର ଦର ଅନୁସାରେ SNP ଓ T.H.R.ର ଦର ଧାର୍ଯ୍ୟ, ୫ ବର୍ଷ ଓ ୧୦ ବର୍ଷର ଇନ୍କି୍ରମେ୍ ପ୍ରଦାନ, ୬୨ ବର୍ଷ ବୟସରେ ବହିଷ୍କାର ଜନିତ ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ସର୍ବନିମ୍ନ ପେନସନ୍ ତିନି ହଜାର ଟଙ୍କା, କେନ୍ଦ୍ରର ଟ୍ରାକିଂ ପ୍ରଥା ଉଚ୍ଛେଦ, ଅନ୍ ଲାଇନ୍ ମାଧ୍ୟମରେ ପଠାଯାଉଥିବା ଭତାର ତୃଟି ତୁରନ୍ତ ସମାଧାନ, ପ୍ରଧାନମନ୍ତ୍ରୀ ବୀମା ଯୋଜନା, ଅଟଳ ପେନସନ୍ ଯୋଜନା ଓ ଦୁର୍ଘଟଣା ଜନିତ ବୀମା ଯୋଜନାର ସମ୍ପୃକ୍ତି ନିମନ୍ତେ ଅଙ୍ଗନୱାଡ଼ି କର୍ମୀଙ୍କୁ ବାଧ୍ୟ ନ କରିବା କିମ୍ବା ସେମାନଙ୍କ ପି୍ରମିୟମ ଦେୟ ସରକାର ବହନ କରିବା, ମିନି ଅଙ୍ଗନୱାଡ଼ି କେନ୍ଦ୍ରକୁ ଅଙ୍ଗନୱାଡ଼ି କେନ୍ଦ୍ରରେ ପରିଣତ କରିବା, ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଣ୍ଠି ସହାୟତା ନିମନ୍ତେ ଗାଇଡ୍ ଲାଇନ୍ ସ୍ଥିର କରିବା ସହ ସମସ୍ତ ରୋଗ ନିମନ୍ତେ ଚିକିତ୍ସା ସହାୟତା, ଏ.କେ.ବି.ୱାଇ ଅନୁସାରେ ପଡ଼ି ରହିଥିବା ମୃତୁ୍ୟକାଳୀନ ସହାୟତା ରାଶି ପ୍ରଦାନ, ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତିି ଅନୁସାରେ ୱାର୍କର ମାନ୍ୟତା, କେନ୍ଦ୍ର ସରକାରଙ୍କ ସୁପାରିଶ ଅନୁଯାୟୀ ଏ.ଏନ୍.ଏମ୍ ଓ ପ୍ରାଥମିକ ଶିକ୍ଷକ ନିମନ୍ତେ କୋଟା ଧାର୍ଯ୍ୟ ପ୍ରଭୃତି ଦାବି ନେଇ ଉକ୍ତ ଦିନ ଦାବିପତ୍ର ପ୍ରଦାନ ସହ ଏହା କାର୍ଯ୍ୟକାରୀ କରା ନଗଲେ ଆଗାମୀ ଦିନରେ ଦିବାରାତ୍ର ଧାରଣା ଅନୁଷ୍ଠିତ ହେବ ବୋଲି ଆହ୍ୱାନ ଦିଆଯାଇଛି । ଏହି ସମ୍ମିଳନୀରେ ସଂଯୁକ୍ତ ମୋର୍ଚ୍ଚାର ଆବାହକ ବିଜୟ ଜେନା, ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ନେତ୍ରୀ ହରପି୍ରୟା ସ୍ୱାଇଁ, ବିଷ୍ଣୁପି୍ରୟା ଜେନା, ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘର ନେତା ପ୍ରଶାନ୍ତ ପାଢ଼ୀ, ପ୍ରଭାସିନୀ ପାଢ଼ୀ, ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ୱାର୍କରସ୍ ଓ ହେଲପରସ୍ ଆସୋସିଏସନ ର ନେତ୍ରୀ ପୁଷ୍ପା ଦାଶ, ଅଙ୍ଗନୱାଡ଼ି ନେତ୍ରୀ ସୌଦାମିନୀ ଦାସ, ମଳୟମଞ୍ଜରୀ ଜେନା, ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।