ଖୋର୍ଦ୍ଧା, ୧୮/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ସୋରଣ ଗ୍ରାମ ଭଗବତୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ୮ ମ ବାର୍ଷିକ ସୋରଣ ପ୍ରିମିଅର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ସୋରଣ ଗ୍ରାମର ଅଗ୍ରଣୀ ଯୁବଗୋଷ୍ଠୀ ଓ କ୍ରୀଡାବିତ୍ ମାନଙ୍କୁ ନେଇ ଗଠିତ ଭଗବତୀ କ୍ରିକେଟ ଆସୋସିଏସନ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା । ୮ ଟି ଟିମ୍ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ ବିଜେତା ଦଳ ୨୫ ହଜାର ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପ-ବିଜେତା ଦଳଙ୍କୁ ୨୦ ହଜାର ଟଙ୍କାର ଅର୍ଥ ପ୍ରଦାନ କରାଯାଇଥିଲା । ଏଥିରେ ଅତିଥି ଭାବରେ ଶ୍ରୀରାମ ଟ୍ରେଡର୍ସ ପକ୍ଷରୁ ଚନ୍ଦନ ମହାପାତ୍ର , ସାମ୍-ସଙ୍ଗ୍ କମ୍ପାନୀ ପକ୍ଷରୁ ଏରିଆ ମ୍ୟାନେଜର ମନୋରଞ୍ଜନ ମହାନ୍ତି , ଡ୍ରିଷ୍ଟ୍ରିବୋଟର ଶୁଭାଶିଷ ପାତ୍ର , ସୁଶାନ୍ତ କୁମାର ଜେନା , ଭି-କି. କମ୍ୟୁନିକେସନ ର ମାଲିକ ମନୋଜ କୁମାର ବରାଳ ଯୋଗ ଦେଇଥିଲେ ।
ଚିତ୍ତାକର୍ଷକ ଖେଳ ପ୍ରଦର୍ଶିତ କରିଥିବା ଖେଳାଳୀ ମାନଙ୍କୁ ଭଗବତୀ କ୍ରିକେଟ ଆସୋସିଏସନ ପକ୍ଷରୁ ବିଭିନ୍ନ ଟ୍ରଫି ପ୍ରଦାନ କରାଯାଇଥିଲା ।ଆଜିର ଫାଇଲାନ ମ୍ୟାଚରେ ମହାବୀର ଥଣ୍ଡର ୨୦ ଓଭର ୫ ଉଇକେଟରେ ୨୦୫ ରନ କରି ଟାର୍ଗେଟ ଦେଇଥିଲା । ପ୍ରତି ବଦଳରେ Ak-47 .୧୮ ଓଭର ୩ ଟି ବଲରେ ମାତ୍ର ୧୫୩ ରନ କରି ସମସ୍ତ ଉଇକେଟ ହରାଇ ପରାସ୍ତ ହୋଇଥିଲେ । ମାତ୍ର ୫୨ ରନର ବ୍ୟବଧାନରେ Ak_47 କୁ ହରାଇ ମହାବୀର ଥଣ୍ଡର ବିଜୟ ଲାଭ କରିଥିଲା ।