ଭୁବନେଶ୍ୱର,୧୮/୧୧/୨୦୨୨(ଓଡ଼ିଶା ସମାଚାର)-ରାଜଧାନୀ ଚିକିତ୍ସାଳୟ ଏବଂ ପିଜିଆଇଏମଇଆରର ଓପିଡି ସମୟ ସରକାର ସ୍ଥିର କରିଛନ୍ତି । ସକାଳ ୯ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଓପିଡି ସେବା ମିଳିବ। ଅପରାହ୍ଣ ୧ରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ସମୟ ରଖାଯାଇଛି। ସେହିପରି ଅପରାହ୍ଣ ୫ରୁ ସକାଳ ୯ଟା ପର୍ଯ୍ୟନ୍ତ ଜରୁରୀ ଚିକିତ୍ସା ମିଳିବ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ସୂଚନା ଅନୁସାରେ, ରାଜଧାନୀ ଚିକିତ୍ସାଳୟର କଳେବର ବୃଦ୍ଧି କରାଯାଉଛି। ଟ୍ରମା କେୟାର, ସର୍ଜରୀ କମ୍ପ୍ଲେକ୍ସ ସମେତ ସ୍ନାତକୋତ୍ତର ପ୍ରତିଷ୍ଠାନ (ପିଜିଆଇ) କାମ ଜାରି ରହିଛି। ରାଜଧାନୀ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ୨୦୦୦କୁ ବୃଦ୍ଧି ହେବ। ବୁଧବାର ୫- ଟି ସଚିବ ଭିକେ ପାଣ୍ଡିଣ୍ଡିଆନ ସମସ୍ତ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଟ୍ରମା କେୟାର ଏବଂ ସର୍ଜରୀ କମ୍ପ୍ଲେକ୍ସ ଡିସେମ୍ବର ୨୦୨୩ ସୁଦ୍ଧା ସାରିବାକୁ ନିର୍ଦେଶ ଦିଆଯାଇଛି।