ଭୁବନେଶ୍ୱର,୧୮/୧୧/୨୦୨୨(ଓଡ଼ିଶା ସମାଚାର)-୨୦୨୧-୨୨ ବର୍ଷ ପାଇଁ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ମେଧାବୃତ୍ତି ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ଡିସେମ୍ବର ୧୫ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରାଯାଇପାରିବ। ସେହିପରି ଅନୁଷ୍ଠାନ ମୁଖ୍ୟ/ଅଧ୍ୟକ୍ଷ ଏବଂ ଜିଲା ମଙ୍ଗଳ ଅଧିକାରୀଙ୍କ ଦ୍ବାରା ଅନଲାଇନ ଭାଲିଡେସନ ଡିସେମ୍ବର ୩୧ ସୁଦ୍ଧା ସରିବ।