Wednesday , May 31 2023
Home / ସ୍ୱାସ୍ଥ୍ୟ / ‘ଭୋକ ଦୂର କରେ ଆଲମଣ୍ଡ’

‘ଭୋକ ଦୂର କରେ ଆଲମଣ୍ଡ’

ଭୁବନେଶ୍ୱର,୧୮/୧୧/୨୦୨୨(ଓଡ଼ିଶା ସମାଚାର)-ବ୍ୟସ୍ତବହୁଳ ଜୀବନ ଶୈଳୀରେ ସାଧାରଣତଃ ଲୋକେ ବେଳେବେଳେ ଅଧିକ ଖାଇଥାନ୍ତି । କ୍ରମେ ଏହା ଅଭ୍ୟାସରେ ପରିଣତ ହୋଇଥାଏ। ମାଇଣ୍ଡ ଫୁଲ ଇଟିଂ ଜଣକର ଖାଦ୍ୟ ଖାଇବା ଅଭ୍ୟାସରେ ନିୟନ୍ତ୍ରଣ ପାଇଁ ଜରୁରୀ। ମୁଠାଏ ଆଲମଣ୍ଡ ପୂର୍ଣ୍ଣତାର ଭାବନାକୁ ପ୍ରୋତ୍ସାହିତ କରେ। ପ୍ରଥମତଃ ଏହା ଖାଇଲେ ଭୋକ ଦୂର ହୋଇଥାଏ। ଏହା ଆମକୁ କେବଳ ଜଙ୍କ ଫୁଡ୍ ଖାଇବାଠାରୁ ଦୂରେଇ ରଖେ ନାହିଁ ବରଂ ଆମ ଶରୀରକୁ ପୁଷ୍ଟିକର ଖାଦ୍ୟ ମଧ୍ୟ ସୁନିଶ୍ଚିତ କରେ ବୋଲି ମତପ୍ରକାଶ ପାଇଛି।

କାଲିଫର୍ଣ୍ଣିଆ ଆଲମଣ୍ଡ ବୋର୍ଡ ପକ୍ଷରୁ ‘ପ୍ରାୟୋରିଟାଇଜିଂ ମାଇଣ୍ଡଫୁଲ୍ ଇଟିଂ: ଦ ନ୍ୟୁ ମନ୍ତ୍ର ଫର୍ ହୋଲିଷ୍ଟିକ୍ ଫ୍ୟାମିଲି ହେଲଥ୍’ ଉପରେ ଏକ ଅଧିବେଶନ ଆୟୋଜିତ ହୋଇଯାଇଛି। ଏହି ଅଧିବେଶନରେ ଓଡ଼ିଆ ସେଲିବ୍ରିଟି  ନୈନା ଦାଶ ତିୱାରୀ ଏବଂ ଦିଲ୍ଲୀ ମ୍ୟାକ୍ସ ହେଲଥ୍ କେୟାର ଡାଏଟଟିକ୍ସର ଆଞ୍ଚଳିକ ମୁଖ୍ୟ ରିତିକା ସମାଦାର ଯୋଗ ଦେଇଥିଲେ। ଏହାକୁ ଆରଜେ ଶେଲି ପରିଚାଳନା କରିଥିଲେ। ମଧ୍ୟାହ୍ନଭୋଜନ  କ୍ଷୁଧା ଉପରେ ନିୟନ୍ତ୍ରଣ ରଖିବାରେ ଆଲମଣ୍ଡ ସାହାଯ୍ୟ କରିଥାଏ। ଦିନସାରା ଏହା ଶକ୍ତି  ପ୍ରଦାନ କରିଥାଏ। ଅଳ୍ପ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ସହିତ ପୁଷ୍ଟିକର ଖାଦ୍ୟ ଭାବେ ପ୍ରତିଦିନ ମୁଠାଏ ଆଲମଣ୍ଡ ଆମ ଜୀବନରେ ଏକ ସୁସ୍ଥ ପରିବର୍ତ୍ତନ ଆଣିପାରିବ ବୋଲି ପ୍ୟାନେଲିଷ୍ଟମାନେ ମତ ରଖିଥିଲେ।

Leave a Reply

Your email address will not be published.