Thursday , June 1 2023
Breaking News
Home / ବିଶେଷ / ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଶିବିର

ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଶିବିର

 ଗରଦପୁର,୧୮/୧୧/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ  ବିିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି । ଓଡ଼ିଶା ବିିପର୍ଯ୍ୟୟ ପ୍ରଶମନ  କର୍ତୃପକ୍ଷଙ୍କ ତରଫରୁ ଆୟୋଜିତ ଶିବିରକୁ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଉଦଘାଟନ କରଯିଥିଲେ । ଏଥିରେ ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ସରପଂଚ ମଂଜୁଲତା ମିଶ୍ର ଓ ନୋଡ଼ାଲ ଅଫିସର  ତଥା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ  ଯୋଗଦେଇଥିଲେ । ଶିବିରରେ ନୋଡ଼ାଲ ଏନଜିଓ “ସୃଜନୀ ”ର ଅଧ୍ୟକ୍ଷ ନୀରଂଜନ ସ୍ୱାଇଁ , ଜିଲା ସଂଯୋଜକ ସ୍ମୃତି ରଂଜନ ମହାନ୍ତି ଓ ବ୍ଲକ୍ ସଂଯୋଜକ  ତ୍ରିଲୋଚନ ବିଶ୍ୱାଳ ପ୍ରମୁଖ ଅଂଶ ଗ୍ରହଣ କରି ଶିବିରରେ ପ୍ରଶିକ୍ଷଣ ପାଇଁ ଯୋଗ ଦେଇଥିବା ବିପର୍ଯ୍ୟୟ ପରିଚାଳନା କମିଟି ର ୨୫ ଜଣ ସଦସ୍ୟଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରଥମ ଦଫା ପ୍ରଶିକ୍ଷଣ ରେ କମିଟି ସଦସ୍ୟ ମାନଙ୍କୁ ସାମିଲ କରାଯାଇଥିବାବେଳେ ୨ୟ ଓ ୩ୟ ଦଫା କର୍ମଶାଳାରେ ବିପର୍ଯ୍ୟୟ ପ୍ରଶମନକାରୀ ବାହିନୀ , ଉଦ୍ଧାରକାରୀ ଦଳ ଓ ପ୍ରାଥମିକ ଚିକିତ୍ସାକାରୀ ଦଳଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱେଛାସେବୀ ଅଶୋକ ସ୍ୱାଇଁ, ରଂଜନ ନାୟକ, ଯାଜ୍ଞସେନୀ କାନୁନଗୋ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.