ଭୁବନେଶ୍ୱର, ୧୮/୧୧/୨୦୨୨(ଓଡ଼ିଶା ସମାଚାର)- ବିଧାୟକଙ୍କ ଦରମା ବଢିବ । ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ୨ ଲକ୍ଷରୁ ଅଢେଇ ଲକ୍ଷ ରହିଛି । ଓଡ଼ିଶାରେ ବିଧାୟକଙ୍କ ଦରମା କମ ରହିଛି । ସବୁ ମିଶିକି ବିଧାୟକମାନେ ୯୮ ହଜାର ପାଉଛନ୍ତି । ବିଧାନସଭାର ଉପଦେଷ୍ଟା କମିଟି ଏନେଇ ବିଚାର ବିମର୍ଶ କରୁଛି । ଖୁବଶୀଘ୍ର ବିଧାୟକଙ୍କ ଦରମା ବୃଦ୍ଧି ନେଇ ବାଚସ୍ପତିଙ୍କୁ ରିପୋର୍ଟ ଦିଆଯିବ। ରାଜ୍ୟ ସରକାର ହଙ୍କହଙ୍କ ନିଷ୍ପତ୍ତି ନେବେ ।
ସୂଚନା ଯୋଗ୍ୟ କି , ଚଳିତ ବିଧାନସଭାରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଥିଲା । ଶେଷ ଥର ପାଇଁ ୧୩.୯.୨୦୧୭ରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଆଉ ଏବେ ଦର ଦାମ୍ ବି ବଢିଛି । ତେଣୁ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ଦାବି ହୋଇଥିଲା । ଏବେ ସବୁର ବିଚାର କରିବା ପରେ ସରକାର ଯାହା ନିଷ୍ପତ୍ତି ନେବେ ।