Friday , December 9 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ବାଘକୁ ପୋଷ୍ୟଭାବେ ଗ୍ରହଣ କଲେ ମହାରାଷ୍ଟ୍ରର ପୂର୍ଣ୍ଣିମା

ବାଘକୁ ପୋଷ୍ୟଭାବେ ଗ୍ରହଣ କଲେ ମହାରାଷ୍ଟ୍ରର ପୂର୍ଣ୍ଣିମା

ନନ୍ଦନକାନନ/ ଭୁବନେଶ୍ୱର,୧୮/୧୧/୨୦୨୨(ଓଡ଼ିଶା ସମାଚାର)- ୨୦୦୮ ଅକ୍ଟୋବର ୨୪ରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପଶୁପକ୍ଷୀଙ୍କୁ ପୋଷ୍ୟଭାବେ ଗ୍ରହଣ କରିବା ପ୍ରକ୍ରିକ୍ରିୟା ଆରମ୍ଭ ହୋଇଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଥିବା ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କ ପ୍ରତି ଆଦର ବଢ଼ିବାରେ ଲାଗିଛି। ଅନଲାଇନ(ସଞ୍ଚାର) ହେଉ କିମ୍ବା ଅଫଲାଇନ ପଶୁପକ୍ଷୀଙ୍କୁ ପୋଷ୍ୟଭାବେ ଗ୍ରହଣ କରାଯାଉଛି। ଏହିକ୍ରମରେ ଗତ ୧୧ରେ ପଶୁପକ୍ଷୀ ଖୁଆଡ଼ରେ ରହୁଥିବା ଗୋଟିଏ ସାଧାରଣ(ନାଲି)ବାଘକୁ ଅନଲାଇନ ଜରିଆରେ ପୋଷ୍ୟଭାବେ ଗ୍ରହଣ କରିଛନ୍ତି ମହାରାଷ୍ଟ୍ରର ପୂର୍ଣ୍ଣିମା ଭେଙ୍କଟେଶ। ଏଥିପାଇଁ ସେ କର୍ତ୍ତୃପକ୍ଷଙ୍କୁ ୩ମାସ ଲାଗି ୨୫ହଜାର ଟଙ୍କା ଦେଇଛନ୍ତି। ଏହି ଅବଧି ମଧ୍ୟରେ ବାଘର ସମସ୍ତ ଖର୍ଚ୍ଚ ଏହି ଟଙ୍କାରୁ କରାଯିବ। ପୋଷ୍ୟଭାବେ ଗ୍ରହଣ କରିବା ପରେ ଉପନିର୍ଦେଶକ ଡ. ସଞ୍ଜିତ୍ କୁମାର ଅନଲାଇନ ଜରିଆରେ ପୂର୍ଣ୍ଣିମାଙ୍କୁ  ପ୍ରମାଣପତ୍ର, ମାଗଣା ପ୍ରବେଶ ଟିକଟ ପଠାଇଛନ୍ତି। ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ ନନ୍ଦନକାନନ ଶିକ୍ଷାଧିକାରୀ ମିଲନ ପଣ୍ଡା।  

Leave a Reply

Your email address will not be published.