Sunday , May 28 2023
Breaking News
Home / ବିଶେଷ / ପ୍ରାପ୍ତ ଜ୍ଞାନ ପ୍ରଚାରିତ ହେବା ଜରୁରୀ : କେରଳ ରାଜ୍ୟପାଳ

ପ୍ରାପ୍ତ ଜ୍ଞାନ ପ୍ରଚାରିତ ହେବା ଜରୁରୀ : କେରଳ ରାଜ୍ୟପାଳ

ହରିଶ୍ଚନ୍ଦ୍ର ବକ୍ସିକ୍ସିପାତ୍ରଙ୍କ ୮୯ତମ ଜୟନ୍ତୀ

ଭୁବନେଶ୍ବର,୧୮/୧୧/୨୦୨୨(ଓଡ଼ିଶା ସମାଚାର)-ହରିଶ୍ଚନ୍ଦ୍ର ବକ୍ସିକ୍ସିପାତ୍ରଙ୍କ ୮୯ତମ ଜୟନ୍ତୀ ପାଳିତ ହୋଇଯାଇଛି। ହରିଶ୍ଚନ୍ଦ୍ର ବକ୍ସିକ୍ସିପାତ୍ର ସ୍ମୃତି କମିଟି ପକ୍ଷରୁ ଗୁରୁବାର ଜୟଦେବ ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ।

ସେ କହିଥିଲେ ଯେ ଦୁନିଆରେ ଭାରତ ହେଉଛି ଜ୍ଞାନର କେନ୍ଦ୍ର। ଏଠାରେ ଜ୍ଞାନପ୍ରାପ୍ତି ପାଇଁ ବହୁ ଲୋକ ଚେଷ୍ଟା ଜାରି ରଖିଛନ୍ତି। ଜ୍ଞାନ ପ୍ରାପ୍ତି ମଧ୍ୟ ହେଉଛି। ମାତ୍ର ଜ୍ଞାନପ୍ରାପ୍ତି ପରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ଏହା ପହଞ୍ଚି ପାରୁନାହିଁ। ସେ କହିଥିଲେ ଯେ ପୁଣ୍ୟ କାମ କରିଥିବା ଲୋକଙ୍କ ସୁଗନ୍ଧ ମହକି ଥାଏ। ସ୍ବର୍ଗତ ବକ୍ସିପାତ୍ର ସେଭଳି ଜଣେ ବ୍ୟକ୍ତିତ୍ବ ଥିଲେ। ସମ୍ମାନିତ ଅତିଥିଭାବେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତାମାନେ ଛାତ୍ରସଂସଦ ନିର୍ବାଚନରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଗତ କିଛି ବର୍ଷ ହେବ ନିର୍ବାଚନ କରାଇ ଦେଉନାହାନ୍ତି। ଫଳରେ ଆଗାମୀ ଦିନରେ ରାଜ୍ୟରେ ନେତୃତ୍ବ ସଂକଟ ସୃଷ୍ଟିୃ ହେବ। ସେଥିପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ସେ ଆହ୍ବାନ ଦେଇଥିଲେ। ଉତ୍ସବରେ ସ୍ମୃତି କମିଟିର ସଭାପତି ପଞ୍ଚାନନ କାନୁନଗୋ ସଭାପତିତ୍ବ କରି ସ୍ବର୍ଗତ ବକ୍ସିପାତ୍ରଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ। ସ୍ବର୍ଗତ ବକ୍ସିକ୍ସିପାତ୍ରଙ୍କ କନ୍ୟା ଲୋପାମୁଦ୍ରା ବକ୍ସିପାତ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published.