କଟକ ସଦର, ୧୮/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ଯଶପଡା ପଞ୍ଚାୟତର ଓଡ଼ପଡ଼ା ଠାରେ ଥିବା ପୁରାଣ ବର୍ଣ୍ଣିତ ପ୍ରାଚୀନ ଗିରୀକ୍ରୋଟ ଵା ଗିରିଧାରୀ ମଠରୁ ବୁଧବାର ପ୍ରଥମାଷ୍ଟମୀ ରାତିରେ ଦୁର୍ବୃତ୍ତ ମାନେ କେଉଁ ଅନାଦି କାଳରୁ ପୂଜା ପାଇ ଆସୁଥଵା ୧୪ ଶହ/ ୧୫ ଶହ ଖ୍ରୀଷ୍ଟାବ୍ଦର ୧୨ ଟି ଅଷ୍ଟଧାତୁ ମୂର୍ତ୍ତିକୁ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ରାତିରେ ଧୁନି ଘରେ ଵାଵା ମହେଶ୍ୱର ଶୋଇଥିବା ବେଳେ ଦୁବୃର୍ତ୍ତ ମାନେ ଏଭଳି କାଣ୍ଡ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ମଠରୁ ଏକ ଵଡ ଚନ୍ଦନ ଗଛକୁ ମଧ୍ୟ ଦୁର୍ବୃତ୍ତ ମାନେ କାଟି ନେଇଥିବା ଅଭିଯୋଗ ହୋଇଥିଲା। ଯଶପଡା ପଞ୍ଚାୟତର ଓଡପଡା ଓ କିଶନନଗର ପଞ୍ଚାୟତର ହୁଲିପୁରକୁ ନେଇ ଗଠିତ ମଠ ପରିଚାଳନା କମିଟି ସଭାପତି ରାକେଶ ମହାନ୍ତି ଓ ସଂପାଦକ ନିତ୍ୟାନନ୍ଦ ମହାନ୍ତି ମୂର୍ତ୍ତି ଚୋରି ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି। ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ରଶ୍ମି ରଞ୍ଜନ ଦାସ ୨୧୩/୨୦୨୨ ରେ ମାମଲା ରୁଜୁ କରି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ତେଵେ ମଠରେ ସଵୁ ସମୟରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟି ଥିବା ଏବଂ ଏଥିରେ ସ୍ଥାନୀୟ ଠାଉରୀଆ ଚୋରଙ୍କ ହାତ ଥିଵା ଅନୁମାନ କରାଯାଉଛି ।