Wednesday , May 31 2023
Home / ବିଶେଷ / ଦିବ୍ୟାଙ୍ଗ ଙ୍କୁ ଆଶାବାଡ଼ି ପ୍ରଦାନ 

ଦିବ୍ୟାଙ୍ଗ ଙ୍କୁ ଆଶାବାଡ଼ି ପ୍ରଦାନ 

ଗରଦପୁର,୧୮/୧୧/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ଗ୍ରାମର ବିଦ୍ୟାଙ୍ଗ ଯୁବକ ସୁର୍ଯ୍ୟକାନ୍ତ ସାହୁଙ୍କୁ ବିଡ଼ିଓ ଧର୍ମ ରଂଜନ ପଣ୍ଡା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଶାବାଡ଼ି ପ୍ରଦାନ କରିଛନ୍ତି । ବିଦ୍ୟାଙ୍ଗ ସୂର୍ଯ୍ୟକାନ୍ତ ଙ୍କ ଡ଼ାହାଣ ଗୋଡ଼ କଟି ଯାଇଛି ।  ସେ ଆଜି ବିଡ଼ିଓ ଙ୍କ ନିକଟକୁ ଆସି ଆଶା ବାଡ଼ି ପ୍ରଦାନ ନିମନ୍ତେ ଦରଖାସ୍ତ ଦେଇଥିଲେ । ହେଲେ ବିଡ଼ିଓ ସୂର୍ଯ୍ୟକାନ୍ତ ଙ୍କ ଏପରି ଅବସ୍ଥା ଦେଖି ନିଜର ମହାନତା ଦେଖାଇ ତୁରନ୍ତ ଆଶାବାଡ଼ି ଦେବାପାଇଁ ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏ ନେଇ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସୂର୍ଯ୍ୟକାନ୍ତ ଙ୍କୁ ଆଶାବାଡ଼ି ପ୍ରଦାନ କରାଯାଇଥିଲା । ଏହି ଅବସରରେ ସାମାଜିକ ସୁରକ୍ଷା ବିଭାଗର ଡ଼ିଇଓ ଶୁଭଶ୍ରୀ ନାୟକ ଉପସ୍ଥିତ ଥିଲେ ।

Leave a Reply

Your email address will not be published.