କଟକ ସଦର, ୧୮/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଏପଟେ କଟକରେ ଐତିହାସିକ ବାଲିଯାତ୍ରା ଚାଲିଥିବା ବେଳେ ସେପଟେ ସୁଦୂର ଇଣ୍ଡୋନେସିଆର ଵାଲି ଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସିଦ୍ଧ ବାଲିଯାତ୍ରା ଵିଷୟ ଉଲ୍ଲେଖ କରି ଯେପରି କଳିଙ୍ଗର ନୈ।ଵାଣିଜ୍ୟକୁ ଵିଶ୍ୱ ଦରଵାରରେ ମହିମା ମଣ୍ଡିତ କରିଛନ୍ତି ତାହା ଅତ୍ୟନ୍ତ ଗର୍ଵ ଓ ଗୈାରବର ଵିଷୟ। ଵାଲିଦୀପରେ ଆୟୋଜିତ ଜି- ୨୦ ଆନ୍ତର୍ଜାତିକ ସମ୍ମିଳନୀରେ ଥାଇ ମଧ୍ୟ ତାଙ୍କର ଇତିହାସ ପ୍ରସିଦ୍ଧ ବାଲିଯାତ୍ରାକୁ ସ୍ମରଣ କରିବା ସ୍ପଷ୍ଟ ଦର୍ଶାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେ ଆନ୍ତରିକତାର ସହ ଓଡ଼ିଶାକୁ ଓ ଓଡ଼ିଶାର ପର୍ବପର୍ବାଣୀକୁ ଭଲ ପାଆନ୍ତି। ତାଙ୍କ ଭାଷାରେ ‘ ଏଥରର ଭଵ୍ୟ ଓ ଦିଵ୍ୟ ବାଲିଯାତ୍ରା’ କୁ ଆନ୍ତର୍ଜାତିକ ସ୍ତରରେ ଉଲ୍ଲେଖ କରିଥିବାରୁ କଟକ ଲୋକସଭା ଆସନର ପ୍ରତିନିଧି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରି ଓଡ଼ିଶାର ଟେକ ରଖିଛନ୍ତି। ଏଥିପାଇଁ ସାଂସଦ ମହତାଵଙ୍କୁ ସଵୁ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି।
Home / ବିଶେଷ / କଟକର ବାଲିଯାତ୍ରା ଵିଷୟରେ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିବାରୁ କଟକ ସାଂସଦଙ୍କ କୃତଜ୍ଞତା