Sunday , May 28 2023
Breaking News
Home / ବିଶେଷ / କଟକର ପ୍ରସିଦ୍ଧ ବାଲିଯାତ୍ରା ଅନିୟମିତତା ମଧ୍ୟରେ ହୋଇଥିବା ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟ ଦକ୍ଷତା ଉପରେ ଉଠିଲା ଅଙ୍ଗୁଳି

କଟକର ପ୍ରସିଦ୍ଧ ବାଲିଯାତ୍ରା ଅନିୟମିତତା ମଧ୍ୟରେ ହୋଇଥିବା ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟ ଦକ୍ଷତା ଉପରେ ଉଠିଲା ଅଙ୍ଗୁଳି

କଟକ ସଦର, ୧୮/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକର ଐତିହାସିକ ଵିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ସର୍ଵାଙ୍ଗ ସୁନ୍ଦର କରିଵାକୁ ଜିଲ୍ଲା ପ୍ରଶାସନ ପ୍ରାଣମୂର୍ଛା ପ୍ରୟାସ କରିଥିବା ବେଳେ ଏହା ସଂପୂର୍ଣ୍ଣ ଅନିୟମିତତା ମଧ୍ୟରେ ହୋଇଥିବା ପୂଜା କମିଟି ଓ ଶାନ୍ତି କମିଟି ଅଭିଯୋଗ କରିଛି।ଏଥି ସହିତ ଆୟ ଵ୍ୟୟର ସ୍ପେସାଲ ଅଡିଟ୍ ଦ୍ୱାରା କରାଇଵାକୁ ବରିଷ୍ଠ ବିଜେଡି ନେତା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଦାବି କରିଛନ୍ତି। ଏବଂ ଏଥିପାଇଁ ସୂଚନା ଅଧିକାର ଆଇନରେ ସଂପୂର୍ଣ୍ଣ ବିବରଣୀ ମଗାଯିବ ବୋଲି କହିଛନ୍ତି। ବାଲିଯାତ୍ରାର ସରକାରୀ ସାଂସ୍କୃତିକ ମଞ୍ଚରେ ଦଳୀୟ ଵିଜେଡି ଗୀତ ନଵୀନ ଵନ୍ଦନା କରାଯିବା ଓଡ଼ିଶାର ଅସ୍ମିତା ପ୍ରତି କୁଠାରାଘାତ ଵୋଲି ଅଭିଯୋଗ ହେଉଛି।ଏହାକୁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ହାଲୁକା ଭାବେ ନେଵା ଜନସାଧାରଣଙ୍କୁ ବ୍ୟଥିତ କରିଛି।ପଥୋତ୍ସଵକୁ ଯେପରି ରାଜନୀତି କରଣ କରାଗଲା ତାହା ଠିକ୍ ନୁହେଁ ଵୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ସେଥିରେ ସରକାରୀ ମଞ୍ଚରେ କେଉଁ ଆଧାରରେ ବ୍ୟକ୍ତି ବିଶେଷ ଓ ବ୍ୟବସାୟୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୋଟାମୋଟି ଭାଵେ ବାଲିଯାତ୍ରାର ପରିଚାଳନାରେ ଵ୍ୟାପକ ତୃଟି ରହିଛି ବୋଲି ଜଣାପଡିଥିଲା ଵେଳେ ଶ୍ରୀ ତ୍ରିପାଠୀଙ୍କ ଅଭିଯୋଗକୁ ନେଇ ଚର୍ଚ୍ଚା ଯୋର ଧରିଛି।

Leave a Reply

Your email address will not be published.