Wednesday , May 31 2023
Home / ବିଶେଷ / ‘ଉତ୍କଳ ସମ୍ମିଳନୀ ସମାଚାର’ ପତ୍ରିକା ଉନ୍ମୋଚିତ

‘ଉତ୍କଳ ସମ୍ମିଳନୀ ସମାଚାର’ ପତ୍ରିକା ଉନ୍ମୋଚିତ

ଭୁବନେଶ୍ୱର,୧୮/୧୧/୨୦୨୨(ଓଡ଼ିଶା ସମାଚାର)-ପୁଲିସ କମିସନରେଟ ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ପୁଲିସ ଆୟୁକ୍ତ ସୌମେନ୍ଦ୍ର କୁମାର  ପ୍ରିୟଦର୍ଶୀ ଙ୍କ ଦ୍ୱାରା ‘ ଉତ୍କଳ ସମ୍ମିଳନୀ ସମାଚାର’ ପତ୍ରିକା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଆୟୁକ୍ତ କହିଥିଲେ ଯେ, ଶିଶୁ ସାହିତ୍ୟର ଉନ୍ନତି ନହେଲେ ସାହିତ୍ୟର ଉନ୍ନତି ଅସମ୍ଭବ। ପତ୍ରିକାର ମୁଖ୍ୟ ସମ୍ପାଦକ ଅଧିବକ୍ତା ଦିଲୀପ ଦାଶଶର୍ମାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ପୁଲିସ ଆୟୁକ୍ତଙ୍କୁ  ସମ୍ମିଳନୀର ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପଦେଷ୍ଟା ଡ.ଦ୍ୱାରିକାନାଥ ମହାନ୍ତି, ନିମାଇଁ ଚରଣ ଦାସ, ଉପ ସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.