ସାଲେପୁର, ୧୭/୧୧/୨୦୨୨(ଓଡ଼ିଶା ସମାଚାର /ଅଭୟ ଜେନା )-ସାଲେପୁର ଫାର୍ମାସି କଲେଜ ର ବି. ଫାର୍ମା ଛାତ୍ରୀ ବିଷ୍ନୁପ୍ରିୟା ଦାଶ ୨୧ ଆଜି ସନ୍ଧ୍ୟା ରେ ନିଜ ଭଡା ଘର କୋଠରୀ ରେ ଫ୍ୟାନ ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାଇ, ଛାତ୍ରୀ ଜଣକ ଶ୍ରୀକ୍ଷେତ୍ର ହଷ୍ଟେଲ ରେ ଭଡାରେ ରହୁଥିଲେ ।
ଆଜି ସନ୍ଧ୍ୟା ରେ କୌଣସି କାରଣରୁବେକରେ ଓଢଣୀ ବାନ୍ଧି ଫ୍ୟାନ ରେ ଝୁଲି ପଡି ଆତ୍ମହତ୍ୟା କରିଥିବା କୁହାଯାଉଛି |। ସହପାଠୀ ମାନେ ଛାତ୍ରୀ କୁ ସାଲେପୁର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣା ର ତଦନ୍ତ କରୁଛି । ଝିଅ ଟିର ଘର ଢେଙ୍କାନାଳ ବୋଲି ଜଣାପଡିଛି ।