Saturday , June 10 2023
Breaking News
Home / ବିଶେଷ / ସମାଜସେବାର ଅନନ୍ୟ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ,

ସମାଜସେବାର ଅନନ୍ୟ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ,

 ସହାୟତା ଜାରି ରଖିଛନ୍ତି ହିମାଂଶୁ (ଲିକୁ ଭାଇ)

 ଯାଜପୁର , ୧୭/୧୧/୨୦୨୨(ଓଡ଼ିଶା ସମାଚାର /ସୁରେଶ କୁମାର କର)- ରକ୍ତଦାନ ଏକ ମହତ କାର୍ଯ୍ୟ । ଧର୍ମଶାଳା ବ୍ଲକ ଉତ୍ତରପ୍ରତାପପୁର ପଂଚାୟତ ଅଂଶୁମାନ_ମେମୋରିଆଲ_ଟ୍ରଷ୍ଟ ର ସଦସ୍ୟ  ହରେଶ କୁମାର ଜେନା ଟ୍ରଷ୍ଟ ଦ୍ୱାରା ଖୋଲାଯାଇଥିବା ଅଭିଯୋଗ ପ୍ରକୋଷ୍ଠ ରୁ ଖବର ପାଇ  ଭଦ୍ରକ ଜିଲ୍ଲା ର ଜଣେ ଅସହାୟ ବୃଦ୍ଧା ଯାଜପୁର ଟାଉନ ଡାକ୍ତରଖାନା ରେ B+Ve ରକ୍ତ ଅଭାବ ଥିଲା  ।ଏହି ଖବର ପାଇ ଟ୍ରଷ୍ଟ ର ସଦସ୍ୟ ହରେଶ ତାଙ୍କୁ ଯୋଗାଯୋଗ କରି ନିଜେ ସେଠାକୁ ଯାଇ ରକ୍ତ ଦେବା ସହ ସୁବିଧା ଅସୁବିଧା ବୁଝି ଆସିଥିଲେ ତାଙ୍କର ଏହି ମହାନ କାମ ପାଇଁ ଟ୍ରଷ୍ଟ ର ସମ୍ପାଦକ  ଶ୍ରୀ ହିମାଂଶୁ ଶେଖର ସାହୁ ( ଲିକୁ ଭାଈ ) ତାଙ୍କୁ ଧନ୍ୟବାଦ ଦେବା ସହ ଆଗକୁ ଏହିଭଳି କାମ କରିବା ପାଇଁ ପରାମର୍ଶ ଦେବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ  ଜେନାପୁର ପଂଚାୟତ ଦଇପୁର ଗ୍ରାମର ଶ୍ରୀ ଚୈତନ୍ୟ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଖେଳ ଉପଭୋଗ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜୟ ଓ ପରାଜୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ତତସହିତ ଅଣ୍ଟିଆ ପଂଚାୟତ ଏବଂ କମାଗଡ଼ ପଂଚାୟତ ଏହି ଦୁଇ ପଂଚାୟତ ତରଫରୁ ଅନୁଷ୍ଠିତ ହୋଇଥିବା ତାରିଣୀ ଯଜ୍ଞ ଉତ୍ସବ ରେ ଯୋଗଦାନ କରିବା ସହ ସେହି ଅଞ୍ଚଳରେ ମଧ୍ୟ କିଛି ସେବା କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି ।

Leave a Reply

Your email address will not be published.