ଭୁବନେଶ୍ୱର, ୧୭/୧୧/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟର ୬୬୨ ବର୍ଗ କଲେଜ ସଂଘର ଅଧ୍ୟାପକମାନେ ଆନ୍ଦୋଳନକୁ ଓହ୍ଲାଇବାର ନିଷ୍ୱତିକୁ ନେଇ ରାଜ୍ୟର ବିଭିନ୍ନ ବର୍ଗ କଲେଜର ବିଭିନ୍ନ ସଂଘରେ ତୀବ୍ର ଅସନ୍ତୋଷ ଦେଖାଯିବା ସହିତ ବିଭିନ୍ନ ବର୍ଗ ନେତୃବୃନ୍ଦଙ୍କୁ ନେଇ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଏକ ଅମୂଳକ ଦରମା ବଢିବାର ନିୟମକୁ ବିରୋଧ କରାଯିବ ବୋଲି ୬୬୨ ବର୍ଗର ଅଧ୍ୟାପକ ନେତୃମଣ୍ଡଳୀ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରୁଥିବାବେଳେ ଏହି ନିୟମ ଲାଗୁହେଲେ କେଉଁ କର୍ମଚାରୀ କେତେ କ୍ଷତିଗ୍ରସ୍ତ ହେବେ ତାର ଏକ ସ୍ପଷ୍ଟ ଚିତ୍ର ବାହାର ନ କରି ଗଣମାଧ୍ୟମରେ ଏପରି ବିବୃତି ଦେଇ ବିଭିନ୍ନ କର୍ମଚାରୀଙ୍କୁ ଉକ୍ତ ନେତୃମଣ୍ଡଳୀ ବିଭ୍ରାନ୍ତ କରୁଥିବାରୁ ବିଭିନ୍ନ କର୍ମଚାରୀଙ୍କ ମନରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ପୁନଶ୍ଚ ଯଦି ରାଜ୍ୟ ସରକାର ୧୯୬ ପରସେଂଟ ବେତନ ଦେବାକୁ ବିଚାର କରୁଛନ୍ତି ତେବେ ଅସୁବିଧା କେଉଁଠି ରହିଲା ବୋଲି ଉକ୍ତ ବୈଠକରେ ପ୍ରଶ୍ନ ଉଠିଛି । ୬୬୨ ବର୍ଗର ଅଧ୍ୟାପକମାନେ ୭ମ ବେତନ କମିଶନ ପାଇ ଆନନ୍ଦରେ ରହିଥିବାବେଳେ ୧୦ ମାସ ପରେ ପୁଣି ସେ କଥା ଉଠାଇବାର ମାନେ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେତେବେଳେ ୪୮୮ ବର୍ଗର କଲେଜର କର୍ମଚରୀ ୫ ଟି ଇନକ୍ରିମେଂଟ ଓ ୬୬୨ ବର୍ଗର କଲେଜ କର୍ମଚାରମାନଙ୍କୁ ୨ ଇନକ୍ରିମେଂଟ ଦେବା ପାଇଁ ସରକାର ନିଷ୍ପତି ନେଲେ ସେତେବେଳେ ସଂଘର ନେତୃମଣ୍ଡଳୀ କଣ କରୁଥିଲେ ଏବଂ ପ୍ରତିବାଦର ସ୍ୱର ଯାଇଥିଲା କୁଆଡ଼େ ବୋଲି ପ୍ରଶ୍ନ ଉଠିଛି । ଏ ସବୁ ଦୃଷ୍ଟିକୋଣରୁ ୬୬୨ ବର୍ଗ କଲେଜ ସଂଘର ନେତୃବୃନ୍ଦ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଦରମା ବଢିବାର ନିୟମକୁ ଅମୂଳକ ବୋଲି ମନ୍ତବ୍ୟ ଦେବା ଦୁର୍ଭଗ୍ୟଜନକ ବୋଲି ଗ୍ରନ୍ଥାଗାରିକ ସଂଘର ଆବାହକ ଅର୍ଜୁନ ଜେନା ଏକ ଅଭାସୀ ବୈଠକରେ ପ୍ରକାଶ କରିଛନ୍ତି ।