Sunday , May 28 2023
Breaking News
Home / ବିଶେଷ / ରାଜନୈତିକ ଶତୃତାରୁ ମାଛ ଗୋଦାମ ରେ ନିଆଁ ଲଗାଇ ପୋଡିଦେଲେ ଦୁର୍ବୁତ୍ତ

ରାଜନୈତିକ ଶତୃତାରୁ ମାଛ ଗୋଦାମ ରେ ନିଆଁ ଲଗାଇ ପୋଡିଦେଲେ ଦୁର୍ବୁତ୍ତ

ନିରାକାରପୁର, ୧୭/୧୧/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ଧଉଳୀମୁଂହ୍ ଗ୍ରାମ ପଞ୍ଚାୟତ ଧଉଳିମୁହଁ ଷ୍ଟେସନ ନିକଟରେ ଥିବା ମାଛ ଗୋଦାମରେ (କ୍ୟାବିନ)ନିଆଁ ଲଗାଇ ପୋଡିଦେଲେ ଦୁର୍ବୁତ୍ତ।ରାଜନୈତିକ ଶତୃତାରୂ ଗତ ବିଳମ୍ବିତ ରାତିରେ ଗୋଦାମରେ ନିଆଁ ଲଗାଇ ପୋଡିଦେଲେ ଦୁର୍ବୁତ୍ତ। କ୍ୟାବିନରେ ଥିବା ମାଛ ସମେତ ଅନ୍ୟାନ୍ୟ ଜିନିଷପତ୍ର ନିଆଁରେ ପୋଡି ପାଉଁଶ ହୋଇ ଯାଇଛି ।ଧଉଳିମୁହଁ ଗ୍ରାମପଞ୍ଚାୟତ ସରପଞ୍ଚ ଶତୃଘ୍ନ ବେହେରାଙ୍କ ମାଛ ଗୋଦାମରେ ଦୂର୍ବୁତ୍ ମାନେ ନିଆଁ ଲଗାଇ ପୋଡିଦେଇଛନ୍ତି।ଗୋଦାମ ଟି ସମ୍ପୂର୍ଣ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି ।ଏ ସଂମ୍ପର୍କରେ ଶତୃଘ୍ନ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published.