Wednesday , May 31 2023
Breaking News
Home / ବିଶେଷ / ମୋଷ୍ଟ ୱାଣ୍ଟେଡ ଶିବା ପୁଣି ଗିରଫ, ପାରୋଲୋରେ ଆସି ଛିନତାଇ କରୁଥିଲା

ମୋଷ୍ଟ ୱାଣ୍ଟେଡ ଶିବା ପୁଣି ଗିରଫ, ପାରୋଲୋରେ ଆସି ଛିନତାଇ କରୁଥିଲା

ଭୁବନେଶ୍ବର,୧୭/୧୧/୨୦୨୨(ଓଡ଼ିଶା ସମାଚାର)- ମୋଷ୍ଟ ୱାଣ୍ଟେଡ ଶିବାକୁ ପୁଣି କମିସନରେଟ ପୁଲିସ ଗିରଫ କରିଛି। ବାପାଙ୍କ ଦଶାହ କାର୍ୟ୍ୟରେ ଯୋଗ ଦେବାପାଇଁ ପାରୋଲୋରେ ଝାରପଡା ଜେଲରୁ ଗତ ଅଗଷ୍ଟ ମାସରେ ଆସିଥିଲା ଶିବା। ସେବେଠୁ ପାରୋଲୋରେ ଆସି ୫ ଜଣକ ଚେନ୍ ଛଡାଇ ସେ ଫେରାର ଥିଲା । ଶିବା ନାଁରେ କେବଳ ଭୁବନେଶ୍ୱରର କ୍ୟାପିଟାଲ, ଖଣ୍ଡଗିରି, ଏୟାରପୋର୍ଟ ଓ ଏୟାରଫିଲଡ ଥାନାରେ ୧୫ ଟି ମାମଲା ରହିଛି । ସିସିଟିଭି ଫୁଟେଜ ଆଧାରରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ଝରଣା ବସ୍ତି ଭୁବନେଶ୍ୱରର ଶିବ ଓରଫ ମଦନ ମୋହନ ମହାରଣା ଓ ପୁରୀର ମୁନା ଓରଫ ଅଶୋକ କୁମାର ମିଶ୍ର। ଅଭିଯୁକ୍ତଙ୍କ ନିକଟରୁ ୪ଟି ସୁନା ଚେନ, କାନ ଫୁଲ, ମୋବାଇଲ ଓ ପଲସର ଜବତ ହୋଇଛି।

Leave a Reply

Your email address will not be published.