ଭୁବନେଶ୍ୱର,୧୭/୧୧/୨୦୨୨(ଓଡ଼ିଶା ସମାଚାର)- ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ହୋଇଛି ।୮୦ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ଆଖି ବୁଝିଛନ୍ତି ଅବସର ବେଉରିଆ । ବୁଧବାର ବିଳମ୍ବିତ ରାତିରେ ଅବସର ବେଉରିଆ ଛାତିରେ ଯନ୍ତ୍ରଣା ଅନୁଭୁବ କରିଥିଲେ । ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ତାଙ୍କର ହୃଦଘାତରେ ପରଲୋକ ହୋଇଛି ବୋଲି ସୂଚନା ମିଳିଛି । ପରିବାର ପକ୍ଷରୁ ତାଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଶ୍ରୀଯୁକ୍ତ ଅବସର ବେଉରିଆ ଜଣେ ଦକ୍ଷ କୁଟନୀତିଜ୍ଞ ଭାବେ ବେଶ୍ ଜଣାଶୁଣା । ସେ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ । ସେ ଅଧ୍ୟାପକ ଭାବେ ମଧ୍ୟ କାମ କରିଛନ୍ତି । ଏହାପରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ । ସେ ନିଜ ଚାକିରି କାଳରେ ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, ମିଆଁମାର, ଶ୍ରୀଲଙ୍କା, ରୁଷରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ ।