Wednesday , May 31 2023
Home / ବିଶେଷ / ପଟ୍ରୋଲ ପମ୍ପରେ ବୋମାମାଡ଼  କରି ଡକାୟତି , ୨ ଜଣ କର୍ମଚାରୀ ଗୁରୁତର ଆହତ

ପଟ୍ରୋଲ ପମ୍ପରେ ବୋମାମାଡ଼  କରି ଡକାୟତି , ୨ ଜଣ କର୍ମଚାରୀ ଗୁରୁତର ଆହତ

ନୟାଗଡ଼ / ଖଣ୍ଡପଡ଼ା, ୧୭/୧୧/୨୦୨୨(ଓଡ଼ିଶା ସମାଚାର)- ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ରାଜକିଆରୀ ନିକଟରେ ଥିବା ମା ଭାନୁମତି ପଟ୍ରୋଲ ପମ୍ପରେ ଡକାୟତି ଓ ବୋମାମାଡ଼ ହୋଇଛି । ଦୁର୍ବୁତ୍ତଙ୍କ ଆକ୍ରମଣରେ ୨ ଜଣ ପେଟ୍ରୋଲ ପମ୍ପ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ୬ ଜଣ ଦୁର୍ବୁତ୍ତ ଏକ ନାଲି କାରରେ ଆସି ମା ଭାନୁମତି ପେଟ୍ରୋଲ ପମ୍ପରେ ଡକାୟତି କରିଥିଲେ । ଦୁର୍ବୁତ୍ତ ମାନେ ଦୁଇ ରାଉଣ୍ଡ ଗୁଳି ଫୁଟେଇବା ସହ ପେଟ୍ରୋଲ ପମ୍ପ ରେ ବୋମା ମାଡ଼ କରିଥିଲେ । ତାପରେ କର୍ମଚାରୀ ମାନଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ନେଇ ଯାଇଥିବା ମ୍ୟାନେଜର କହିଛନ୍ତି । ଦୁର୍ବୁତ୍ତଙ୍କ ଆକ୍ରମଣରେ ୨ ଜଣ କର୍ମଚାରୀ ଗୁରୁତର ଆହତ  ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

Leave a Reply

Your email address will not be published.