Wednesday , May 31 2023
Breaking News
Home / ବିଶେଷ / ନିରାକାରପୁର ରେଳବାଇ ପରିସରରୁ ଜବରଦଖଲ ଉଛେଦ

ନିରାକାରପୁର ରେଳବାଇ ପରିସରରୁ ଜବରଦଖଲ ଉଛେଦ

ଖୋର୍ଦ୍ଧା,୧୭/୧୧/୨୨(ଓଡିଶା ସମାଚାର/ଦୀପକ ପ୍ରଧାନ) : ଖୋର୍ଦ୍ଧା ରେଳ ଡିଭିଜନ ନିରାକାରପୁର ଷ୍ଟେସନ ନିକଟ ରେଳବାଇ ପରିସରରେ ଦୋକାନ ଦେଇ ଜବରଦଖଲ କରିଥିବା ଜାଗାରୁ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିର୍ଘଦିନ ଧରି ରେଳବାଇ ପରିସରରେ ଦୋକାନ କରିଥିବା କ୍ୟାବିନ ଓ ଘରକୁ ଭାଗିଂଲା ରେଳବାଇ। ପୂର୍ବରୁ ରେଳବାଇ ପକ୍ଷରୁ ଦୋକାନ ଉଛେଦ ପାଇଁ ନୋଟିସ ଜାରିହୋଇଥିଲା। ଆଜି ରେଳବିଭାଗ ବରିଷ୍ଠ ଅଧିକାରୀ,ରେଳବିଭାଗ ର ପୋଲିସ ସଦଳବଳ ପହଞ୍ଚି ଦୋକାନ ଗୁଡିକୁ ଉଛେଦ କରିବା ସହିତ ଦୁଇଟି ଜେସିବି ଲଗାଇ ଭାଗିଂ ଦେଇଛନ୍ତି। ଶାନ୍ତିଶୃଙ୍ଖଳାର ସହିତ ଉଛେଦ ପ୍ରକ୍ରିୟା ଜାରି ରହିଥିବା ଜଣାପଡିଛି।

Leave a Reply

Your email address will not be published.