ଜୁନାଗଡ, ୧୭/୧୧/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- ଜୁନାଗଡ଼ ସହର ସ୍ଥିତ ସାସ୍କୃତି ଭବନ ଠାରେ ଜୁନାଗଡ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସଂଘ ର ସଭାପତି ହିମାଂଶୁ ଶେଖର ବରାଡ଼ ଙ୍କ ସଭାପତିତ୍ବରେ ରେ ଅନୁଷ୍ଠିତ କାର୍ଯ୍ୟ କ୍ରମ ରେ ଜୁନାଗଡ ଅଞ୍ଚଳ ର ବହୁ ସାମ୍ବାଦିକ ଯୋଗ ଦେଇଥିଲେ । ଏହି କାର୍ଯ୍ୟ କ୍ରମ ରେ ସାମ୍ବାଦିକ ମାନଙ୍କ ଭୂମିକା ସାମାଜ ପ୍ରତି ରହିଥିବା ଦାୟିତ୍ଵ ଏବ୍ଂ ନିଜ ସୁରକ୍ଷା ଏବ୍ଂ ଅଧିକାର ଉପରେ ଆଲୋଚନା ହୋଇଥିଲା । ସାମାଜ କୁ ଶୃଙ୍ଖଳିତ ଏବ୍ଂ ବିକାଶ ଦିଗରେ ସାମ୍ବାଦିକ ଙ୍କ ଭୂମିକା ବେଶ୍ ଗୁରୁତ୍ଵ ପୂର୍ଣ୍ଣ ଏବ୍ଂ ଭାରତ୍ ପରି ଗଣତନ୍ତ୍ର ରାଷ୍ଟ୍ର ରେ ସ୍ଵାଧୀନ ପରିପ୍ରକାଶ ଏବ୍ଂ ନିରପେକ୍ଷ ସାମ୍ବାଦିକତା ପାଇଁ ରାଷ୍ଟ୍ର ର ସାର୍ବଭୌମତ୍ୟ ବଜାଇ ରଖିବା ଗଣ ମାଧ୍ୟମ ର ଭୂମିକା ବେଶ୍ ତାତ୍ପର୍ଯ୍ୟ ପୂର୍ଣ୍ଣ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷ ରେ ବର୍ତ୍ତମାନ୍ ଦେଶ ରେ ଗଣ ମାଧ୍ୟମ ର କଣ୍ଠ ରୁଦ୍ଧ କରିବା ସହ କାର୍ଯ୍ୟ ରତ ସାମ୍ବାଦିକ ଙ୍କ ପ୍ରତି ଆକ୍ରୋଶ ମୂଳକ ଭାବେ ବିଭିନ୍ନ ସମୟ ରେ ଆକ୍ରମଣ ର ଶିକାର ହଉଥିବା ରୁ ଏହାକୁ ଦୃଢ ନିନ୍ଦା କରାଯାଇଥିଲା । ସାମାଜ ଏବଂ ସରକାର ଏଥି ପାଇଁ ଯତ୍ନ ବ।ନ୍ ହେବ। ଉଚ୍ଚିତ ବୋଲି ବରିଷ୍ଟ ସାମ୍ବାଦିକ ସୁନ୍ଦର୍ ମୋହନ ଛତ୍ରିଆ, ରବି ଶଙ୍କର ସୁନାନୀ, ଆଦିତ୍ୟ ମହାନ୍ତି, ରାକେଶ ବେମାଲ,ପ୍ରମୂଖ ମତବ୍ୟକ୍ତ କରିଥିଲେ । ବରିଷ୍ଟ ସାମ୍ବାଦିକ ତଥା ସଂଘ ର ସମ୍ପାଦକ ନରେନ୍ଦ୍ର କ୍ଷିତି ସଭା ପରିଚାଳନା କରି ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟ କ୍ରମ ରେ ବରିଷ୍ଟ ସାମ୍ବାଦିକ ପ୍ରଭାକର ସେଠି, ବିଭୁ ପାଢି, ରଜନୀ କାନ୍ତ ମିଶ୍ର, ଚମ୍ପକ ଅଗ୍ରୱାଲ ବ୍ୟୋମୋକେଶ ପୁରୋହିତ ପ୍ରମୁଖ ଙ୍କ ସହିତ ଅଞ୍ଚଳ ର କାର୍ଯ୍ୟ ରତ ସାମ୍ବାଦିକ ସହିତ ବୁଦ୍ଧିଜିବୀ ଏବ୍ଂ ବିଭିନ୍ ସଂଗଠନ ର କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ ।