Thursday , June 8 2023
Breaking News
Home / ବିଶେଷ / ଖିଲାପି ଋଣ ଆଦାୟ ପାଇଁ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ଅଭିନବ ଉଦ୍ୟମ

ଖିଲାପି ଋଣ ଆଦାୟ ପାଇଁ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ଅଭିନବ ଉଦ୍ୟମ

କେନ୍ଦ୍ରାପଡ଼ା, ୧୭/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଅନାଦେୟ ଋଣ ଆଦାୟ କରିବା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତି ଗ୍ରହଣ କରିଛି । ସେହି ଅନୁଯାୟୀ ଖିଲାପି ଋଣ ଆଦାୟ ନିମନ୍ତେ କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛି । ଫଳ ସ୍ୱରୂପ ଏହାର ପୁରୁଣା ବସଷ୍ଟାଣ୍ଡ ଶାଖାର ଶାଖା ପରିଚାଳକଙ୍କ ନେତୃତ୍ୱରେ କର୍ମଚାରୀ କୁନଚନ୍ଦ୍ର ବେହେରା, ପ୍ରଭାତ ମହାପାତ୍ର, କବିତା ନାୟକ, ସରୋଜକାନ୍ତ ମଲିକ ଓ ସୌମ୍ୟରଞ୍ଜନ ସ୍ୱାଇଁ ପ୍ରମୁଖ ଦୀର୍ଘ ଦିନର ଋଣ ଖିଲାପି ଥିବା ଜନୈକ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଗୁରୁବାର ଦିନ ତମାମ ଧାରଣାରେ ବସି ରହିଥିଲେ । ଯାହାଦ୍ୱାରାକି ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାରକୁ ଅପମାନଜନକ ପରିସ୍ଥିତିରେ ପକାଇଥିଲା । ବାଧ୍ୟ ହୋଇ ସଂପୃକ୍ତ ଋଣ ଖିଲାପି ବ୍ୟକ୍ତି ଜଣଙ୍କ ୧୫ହଜାର ଟଙ୍କା ପୈଠ କରିବା ସହ ସମସ୍ତ ବକେୟା ରାଶି ଯଥାଶୀଘ୍ର ପରିଶୋଧ ଦେବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ଆଗାମୀ ଦିନରେ ଋଣ ଆଦାୟ ନିମନ୍ତେ ଏହିଭଳି ଭାବରେ ଅଧିକ ଦୃଢ ପଦକ୍ଷେପ ନେବା ନିମନ୍ତେ ବ୍ୟାଙ୍କ କର୍ତୃପକ୍ଷ ଦୃଢ ସଙ୍କଳ୍ପ ବଦ୍ଧ ବୋଲି ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ରାଜୀବଲୋଚନ ପଣ୍ଡା କହିଛନ୍ତି ।

Leave a Reply

Your email address will not be published.