କଟକ ସଦର, ୧୭/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲର ନୂତନ ତହସିଲଦାର ଭାଵେ ଭଦ୍ରକରୁ ଵଦଳୀ ହୋଇ ଆସିଥିବା ମଧୁସୂଦନ ନାୟକ ଇତିମଧ୍ୟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ ନାୟକଙ୍କୁ ଅତିରିକ୍ତ ତହସିଲଦାର ମିଲନ ଜୟସ୍ୱ।ଲ୍,ରାଜସ୍ୱ ପରିଦର୍ଶକ ଯୋଗୀନାଥ ମହାନ୍ତି,ଏସ୍ ଓ ଅଞ୍ଜନା ଜେନା, କନିଷ୍ଠ କିରାଣୀ ସୈ।ଦାମିନୀ ନାୟକଙ୍କ ସମେତ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ସୂଚନାଯୋଗ୍ୟ ଯୋଗ୍ୟ ଯେ ଏଠାରୁ ପୁରୀ ଜଗନ୍ନାଥ ହସ୍ପିଟାଲକୁ ଵଦଳୀ ହୋଇଥିବା ତହସିଲଦାର ଇନ୍ଦିରା ସାହୁ ସଵୁ କ୍ଷେତ୍ରରେ ବିବାଦୀୟ ହୋଇଥିଵା ଅଭିଯୋଗ ହୋଇ ଆସୁଥିଲା।
ତାଙ୍କର ବ୍ୟବହାର ରେ ଜନସାଧାରଣ ଓ କର୍ମଚାରୀ ଅତିଷ୍ଠ ହେଵା ସହିତ ଵଦଳୀ ପାଇଁ ଦାବି ଯୋର ଧରିଥିଲା। ତାଙ୍କ ଵଦଳୀ ହେଵା ଖଵର ମାସକ ପୂର୍ବରୁ ଜଣାପଡିଥିଲା ଵେଳେ ସମସ୍ତେ ଖୁସିରେ ଆଶ୍ୱସ୍ତି ଅନୁଭବ କରୁଥିଲେ। ଧାମନଗର ଉପ ନିର୍ବାଚନ ଥିବାରୁ ନୂତନ ତହସିଲଦାର ଶ୍ରୀ ନାୟକ ଏଠାରେ ଯୋଗ ଦେବାକୁ ଏକ ମାସ ବିଳମ୍ବ ହୋଇଥିବା ଜଣାପଡିଛି।