Sunday , May 28 2023
Breaking News
Home / ବିଶେଷ / କିଶନନଗର ନୂତନ ତହସିଲଦାରଙ୍କୁ ସମ୍ବର୍ଧନା ଜଣାଇଲେ ସମାଜସେବୀ

କିଶନନଗର ନୂତନ ତହସିଲଦାରଙ୍କୁ ସମ୍ବର୍ଧନା ଜଣାଇଲେ ସମାଜସେବୀ

କଟକ ସଦର, ୧୭/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଉପଖଣ୍ଡ ଅନ୍ତର୍ଗତ କିଶନନଗର ତହସିଲରେ ଯୋଗଦାନ କରିଥିଵା ନୂତନ ତହସିଲଦାର ମଧୁସୂଦନ ନାୟକଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସମ୍ବର୍ଦ୍ଧନାର ସୁଅ ଛୁଟିଛି।ପୂର୍ଵ ତହସିଲଦାର ଇନ୍ଦିରା ସାହୁଙ୍କ କାର୍ଯ୍ୟକ୍ରମ ଓ ବ୍ୟବହାରରେ ଅସନ୍ତୁଷ୍ଟ ଥିଵା ଲୋକ ଓ କର୍ମଚାରୀଙ୍କ ମଧ୍ୟରେ ନୂତନ ତହସିଲଦାରଙ୍କୁ ନେଇ ଆଶା ସଂଚାର ହୋଇଛି।ଏହି ପରିପ୍ରେକ୍ଷୀରେ ଆଜି ଗୁରୁବାର ଦିନ ଜଣାଶୁଣା ଯୁଵ ସମାଜସେବୀ ଦୀପକ କୁମାର ପାତ୍ର ତହସିଲ କାର୍ଯ୍ୟାଳୟକୁ ଯାଇଁ ନୂତନ ତହସିଲଦାର ମଧୁସୂଦନ ନାୟକଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି। ଆଗାମୀ ଦିନରେ ଭୁଷୁଡି ପଡିଥିଵା ତହସିଲର କାର୍ଯ୍ୟକ୍ରମକୁ ସୁଧାରିଵାକୁ ତହସିଲଦାର ଶ୍ରୀ ନାୟକ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ।

Leave a Reply

Your email address will not be published.